Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Husband Sold Wife / ସ୍ତ୍ରୀକୁ ବିକ୍ରି କଲା ସ୍ୱାମୀ

Bikash Mohanty
Browse all articles by Bikash Mohanty
·5 months ago·2 min read
ସ୍ତ୍ରୀକୁ ବିକ୍ରି କଲା ସ୍ୱାମୀ
Husband Sold Wife

Key Points

ଦାରିଦ୍ରର କରୁଣ ପରିଣତି
ସ୍ତ୍ରୀକୁ ବିକ୍ରି କଲା ସ୍ୱାମୀ
ବଲାଙ୍ଗୀର ଟିଟଲାଗଡ଼ର ଘଟଣା 

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଦାରିଦ୍ରୢର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କିଛି ଅର୍ଥରେ ନିଜ ସ୍ତ୍ରୀଙ୍କୁ ବିଦେଶରେ ବିକ୍ରି କରିଦେଇଛି ସ୍ୱାମୀ। କେବଳ ସେତିକି ନୁହେଁ, ସ୍ତ୍ରୀକୁ ବିକ୍ରି କରିବା ପରେ ନିଜ ଝିଅକୁ ଜଣେ ବୃଦ୍ଧ ହାତରେ ଟେକି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଜଗୁଆ ଗାଁର ଲବ ବିଶିଙ୍କ ଝିଅ ହସ୍ତା ଜୁରାବନ୍ଧ ଗାଁର ପ୍ରେମା ମହାନନ୍ଦଙ୍କୁ ବିବାହ କରିଥିଲେ। ତାଙ୍କର ତିନି ଝିଅ ରହିଛନ୍ତି। ପେଟପାଟଣା ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିଲେ। ଅର୍ଥ ଲୋଭରେ ପ୍ରେମା ୨୦୨୦ ମସିହାରେ ଧନୀ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ହାତ‌ରେ ନିଜ ପତ୍ନୀ ହସ୍ତାଙ୍କୁ ବିକ୍ରି କରିଦେଇଥିଲେ। ପରେ ହସ୍ତାଙ୍କୁ ଦୁବାଇ ନେଇଯାଇଥିଲା ଧନୀ ଶେଖ୍‌। ହସ୍ତାଙ୍କ ତିନି ନାବାଳିକା ଝିଅ ମା’କୁ ଝୁରି ହେଉଥିବା ବେଳେ ହସ୍ତା ମଧ୍ୟ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି। ଏପଟେ ପ୍ରେମା ଦ୍ୱିତୀୟ ବିବାହ କରିଥିବା ବେଳେ ୧୭ ବର୍ଷର ବଡ଼ଝିଅକୁ ବିବାହ ନାଁରେ ବିକ୍ରି କରିବାକୁ ଯୋଜନା ଚଳାଇଥିବା ହସ୍ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଦୀର୍ଘ ୭ ବର୍ଷ ହେଲା ସଂପୃକ୍ତ ମହିଳା ଦୁବାଇରେ ନିର୍ଯାତିତ ହେଉଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପୀଡ଼ିତାଙ୍କ ବାପା ଦ୍ବିତୀୟଥର ଜିଲ୍ଲା ପ୍ରଶାସନ ନିକଟରେ କାକୁତିମିନତି ହୋଇଛନ୍ତି। ଦୁବାଇରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଭିଡିଓ ଜରିଆରେ ଉଦ୍ଧାର କରିବା ପାଇଁ ସରକାର ଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଅନ୍ୟପଟେ ତାଙ୍କ ନାବାଳିକା ଝିଅ ମଧ୍ୟ ତାଙ୍କ ମା କୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି।

ପୂର୍ବରୁ ଦୁବାଇରେ ଥିବା ନିଜ ଝିଅକୁ ଉଦ୍ଧାର କରିବା ପାଇଁ ୨୦୨୨ ଜୁଲାଇରେ ଲବ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ପୁଲିସ ମାମଲାକୁ ଆଦୌ ଗୁରୁତ୍ୱ ନ ଦେଇ ଚାପି ଦେଇଥିଲା। ଏବେ ପ୍ରେମା ଝିଅକୁ ବିକ୍ରି କରିବାକୁ ଯୋଜନା କରୁଥିବା ଜାଣିବା ପରେ ପରିବାର ଲୋକେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ତିନି ନାବାଳିକାଙ୍କ ସହାୟତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁବାଇରୁ ହସ୍ତାଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳଙ୍କ ସହ ପତ୍ରାଳାପ କରିଥିବା ଜଣାପଡ଼ିଛି। ପୀଡ଼ିତ ପରିବାର ବିଧାୟକ ନବୀନ ଜୈନଙ୍କ ସହ ଯାଇ ଟିଟିଲାଗଡ଼ ଥାନା ଅଧିକାରୀ କଲ୍ୟାଣୀ ବେହେରାଙ୍କଠାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Husband Sold Wife | Husband Sold Wife for Money | Argus News