ମା'କୁ ଲେଖିଲେ ଶେଷ ଚିଠି , ସ୍ତ୍ରୀ ଏବଂ ଭାଇ ପାଇଁ ନିଜକୁ ମାରିଲେ ଗୁଳି...

Key Points
ଏତିକି ଥିଲା ମାଆ ପାଇଁ ଶେଷ ମେସେଜ , ତାପରେ କଲରେ କଥା ହେବା ସମୟରେ ନିଜକୁ ମାରି ଦେଇଥିଲେ ଗୁଳି । ଫୋନର ଏପଟେ ମାଆ ଯେତେ ଡାକିଲେ ବି ଆଉ ଶୁଣିନଥିଲେ ପୁଅ ସୁରେଶ । ନିଜରି ସର୍ଭିସ ଗୁଳିରେ ନିଜକୁ ହିଁ ଶେଷ କରିଦେଲେ ଯବାନ ସୁରେଶ ବିଶ୍ଵାଳ ।
ମାଆ... ମତେ ଆଉ ଖୋଜିବୁନି । ତୁ ଯେଉଁଠି ରହିବୁ ଶାନ୍ତିରେ ରହ । ମୁଁ ତତେ ଆଉ କଲ୍ କରିବିନି , ମୁଁ ମୋ ଜୀବନର ଶେଷ କଥା ତୋ ସହ ହେଇସାରିଛି । ମୁଁ ଯେଉଁ ଭୁଲ କରୁଛି, ସେଥିପାଇଁ ତୋ ସାନପୁଅ ସୁନିଲ , ମୋ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ମୋ ଶ୍ଵଶୁର ମହେଶ୍ଵର ସାହୁ, ତାଙ୍କ ପୁଅ ସତ୍ୟବ୍ରତ ସାହୁ ଏବଂ ତାଙ୍କ ସ୍ତ୍ରୀ ତନୁଲତା ସାହୁ ଦାୟୀ । ଏମାନେ ଆମ ପରିବାରଟାକୁ ଭାଙ୍ଗି ଦେଲେ...ଯେଉଁଥିପାଇଁ ମୁଁ ସହିନପାରି ମୋ ରାସ୍ତା ଦେଖୁଛି । ମୋ ପାଇଁ କେହି ମନଦୁଃଖ କରିବନି । ଆମ ଭାଗ୍ୟରେ ନାହିଁ ସୁଖ ଆଉ ଖୁସି । ଯଦି ମୁଁ ମରିଯାଏ ତୁ ନିତୁ ପାଖରେ ରହିବୁ, ନହେଲେ ସେମାନେ ତତେ ବି ମାରିଦେବେ । ....
ଏତିକି ଥିଲା ମାଆ ପାଇଁ ଶେଷ ମେସେଜ , ତାପରେ କଲରେ କଥା ହେବା ସମୟରେ ନିଜକୁ ମାରି ଦେଇଥିଲେ ଗୁଳି । ଫୋନର ଏପଟେ ମାଆ ଯେତେ ଡାକିଲେ ବି ଆଉ ଶୁଣିନଥିଲେ ପୁଅ ସୁରେଶ । ନିଜରି ସର୍ଭିସ ଗୁଳିରେ ନିଜକୁ ହିଁ ଶେଷ କରିଦେଲେ ଯବାନ ସୁରେଶ ବିଶ୍ଵାଳ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ। ୧୫ ବର୍ଷ ଧରି BSF ଯବାନ ଭାବେ ସେ କାର୍ଯ୍ୟରତ । ପରିବାରରେ ସ୍ତ୍ରୀ ୭ ବର୍ଷର କୁନିଝିଅ, ନିଜ ମାଆ ଏବଂ ସାନ ଭାଇ ରୁହନ୍ତି । ହେଲେ ସୁରେଶଙ୍କ ଜୀବନରେ ସେବେଠୁ ଅଶାନ୍ତି ପାରିବାରିକ କଳହ ଆରମ୍ଭ ହୋଇଥିଲା, ଯେବେଠୁ ତାଙ୍କ ପତ୍ନୀଙ୍କର ତାଙ୍କ ସାନଭାଇଙ୍କ ସହ ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ ।
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ କରନ୍ତୁ...