Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ କିଣିନେଲା କୋରାପୁଟ ପିଜୁଳି

Rashmita Mishra
Browse all articles by Rashmita Mishra
·1 year ago·2 min read
ମନ କିଣିନେଲା କୋରାପୁଟ ପିଜୁଳି

ପ୍ରେମ କରିଦେଲା କୋରାପୁଟ । ନୀଳ ପାହାଡର ବାସ୍ନା, ମାଟିର ମୋହ, ପ୍ରକୃତିର ପ୍ରୀତି । ଆଉ ଜହ୍ନର ଅନିଛା ସ୍ୱତେ ଆକାଶର ଉତ୍କଣ୍ଠା ଦେଶୀ ଗାର୍ଲଙ୍କୁ ଦୂରେଇ ନଯିବାକୁ ବାଧ୍ୟ କରିଛି। ଗଲା ବେଳେ ସ୍ମୃତି ଯେମିତି ନ ହଜିଯାଏ, ସେଥିପାଇଁ ସତେଜ କରିଦେଇଛନ୍ତି । ଜଙ୍ଗଲି ବିଲି ସିନା ଘଞ୍ଚ ଜଙ୍ଗଲରେ ସୁଟିଂ ସାରି ଫେରିଛନ୍ତି, କିନ୍ତୁ ଗାଡିରେ ବସି ଓଡ଼ିଶାର ଭୂସ୍ୱର୍ଗକୁ ମୋବାଇଲରେ କଏଦ କରିନେଇଛନ୍ତି । ଅପରାହ୍ନର ସୁନେଲୀ କିରଣ, ଉଚ୍ଚ ପାହାଡର ଅଙ୍କା ବଙ୍କା ରାସ୍ତା, ଗୋଧୂଳୀର ସଂଧ୍ୟା ଆଉ ମାଟିକୁ ଚୁମ୍ବନ ଦେଇ ଯାଉଥିବା ଝରଣାର ପାଣି । ତାଙ୍କୁ ସତରେ ବିଭୋର କରିଛି । ତଳମାଳି ତୋଳି ଧରିଥିବା ଆତ୍ମିୟତାକୁ ନିଜ ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି ପ୍ରିୟଙ୍କା ଚୋପ୍ରା ।


ଏମିତିକି ବାଟରେ ତାଙ୍କ ଘଟିଥିବା ଛୋଟିଆ ଘଟଣାକୁ ନିଜେ ବର୍ଣ୍ଣନା କରିଛନ୍ତି । ଯେତେବେଳେ ବିଶାଖାପାଟନମ ଏୟାରପୋର୍ଟ ଅଭିମୁଖେ ସେ ଯାଉଥିଲେ ବାଟରେ ଦୁଇଜଣ ମହିଳା ଦେଶୀ ପିଜୁଳି ବିକୁଥିଲେ । ପିଜୁଳି ତକର ଦାମ କେତେବୋଲି ପଚାରିଥିଲେ ପ୍ରିୟଙ୍କା । ଆଉ ଉତ୍ତର ଆସିଥିଲା 150 । ପିଜୁଳି ନେଇ ଯେତେବେଳେ ଦୁଇଶହ ଟଙ୍କା ବଢାଇଥିଲେ । ମହିଳା ଜଣଙ୍କ ଚେଞ୍ଜ ନାହିଁ ବୋଲି କହିଥିଲେ । କିନ୍ତୁ ଟ୍ରାଫିକର ରେଡ ସିଗନାଲ ଗ୍ରୀନ ହେବା ପୂର୍ବରୁ ଆଉ କିଛି ପିଜୁଳି ମହିଳା ଦ୍ୱୟ ବଢାଇଦେଇଥିବା ସେ କହିଛନ୍ତି।


କିଛିଦିନ ଧରି କୋରାପୁଟର ତଳମାଳିରେ ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ସୁଟିଂ ଜାରି ରହିଥିଲା । ଚଳଚ୍ଚିତ୍ରର ନିର୍ମାତା ଏସ୍‌ଏସ୍‌ ରାଜାମୌଳୀଙ୍କ ଏହି ଫିଲ୍ମ ପାଇଁ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଅନେକ ଅଭିନେତା ଅଭିନେତ୍ରୀ ଦୀର୍ଘଦିନ ଧରି ରହିଥିଲେ ।ଏମିତିକି ରାଜମୌଲୀ ବି ସ୍ଥାନୀୟ ଗାଁ ପିଲାଙ୍କ ସହ ରାତିରେ ଭଲି ଖେଳୁଥିବାର ଭିଡିଓ ଆସିଥିଲା । ଗଲାବେଳେ ସମସ୍ତେ କୋରାପୁଟର ପ୍ରେମରେ ପଡିଥିଲେ । ସେ ରାଜମୌଲି ହିଅନ୍ତୁ ଅବା ଦେଶୀ ଗର୍ଲ । ଆମ କୋରାପୁଟ ସେମିତି । ଯିଏ ପାଦ ରଖିଛି, ସେ ପ୍ରେମରେ ପଡିଛି । ଯିଏ ଥରେ ଆସିଛି, ଫେରିବାର ବାଟ ଭୁଲିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
i-am-determined-to-return-to-koraput-for-pijuli | Argus News