Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ମୁଁ ସୁସ୍ଥ ଅଛି' - ମେଡିକାଲ ବେଡରୁ ନବୀନଙ୍କ ଭିଡିଓ ବାର୍ତ୍ତା

Swoyang prajna Mishra
Browse all articles by Swoyang prajna Mishra
·11 months ago
`ମୁଁ ସୁସ୍ଥ ଅଛି' - ମେଡିକାଲ ବେଡରୁ ନବୀନଙ୍କ ଭିଡିଓ ବାର୍ତ୍ତା

Key Points

ସୁସ୍ଥ ହେଉଛନ୍ତି ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି
`ମୁଁ ସୁସ୍ଥ ଅଛି', ଏକ ଭିଡିଓରେ କହିଲେ ନବୀନ
ମେଡିକାଲ ବେଡରୁ ନବୀନଙ୍କ ଭିଡିଓ ବାର୍ତ୍ତା

ସୁସ୍ଥ ହେଉଛନ୍ତି ନବୀନ। ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଛି । ଏକ ଭିଡିଓରେ ନିଜେ ସୁସ୍ଥ ଥିବା କହିଛନ୍ତି ନବୀନ। ବିଜେଡି ନେତା ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି ନବୀନ ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ। ଗତକାଲି ଅପରାହ୍ନରେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।


ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଅପରାହ୍ନ ପ୍ରାୟ ୫ଟା ୧୫ରେ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସମ୍‌ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ସୂଚନା ଦିଆଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored