Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ଆସିବାକୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଇଥିଲି

Ritu Das
Browse all articles by Ritu Das
·1 year ago·1 min read
ଓଡ଼ିଶା ଆସିବାକୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଇଥିଲି

Key Points

ଓଡ଼ିଶା ଆସିବାକୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଇଥିଲି

ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି ବୋଲି କହିଲି

ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ। ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋହନ ସରକାରଙ୍କ ଟିମ୍‌କୁ ଧନ୍ୟବାଦ ଜଣାଉଛି। ବର୍ଷକ ଭିତରେ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି। ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି। ଓଡ଼ିଶାରେ ବିଜେପି ବର୍ଷେ ପୂରଣ କରିଛି। ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି। ଏଠି ଭାଜପା ସରକାର ହେଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା। ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା।


ତେବେ ମୋଦି ଆହୁରି କହିଛନ୍ତି, କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ନିମନ୍ତ୍ରଣ କଲେ। ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି। ଓଡ଼ିଶା ଆସିବାର ଥିଲା । ମହାପ୍ରଭୁଙ୍କ ମାଟିକୁ ଆସିବାର ଥିଲା । ଖାସ୍‌ ସେଇଥି ପାଇଁ ଟ୍ରମ୍ପଙ୍କ କଥାକୁ ବି ଟାଳିଦେଲେ । ଆଉ ରୋକଠୋକ୍ ମନାକରିଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
i-declined-trumps-invitation-to-visit-odisha | Argus News