Videos
|
Odisha

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର

Smruti Parija
Browse all articles by Smruti Parija
·2 years ago·1 min read
ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର

ଅର୍ଗସ ବ୍ୟୁରୋ:  ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ । ପାଣ୍ଡିଆନ ମହାବିବାଦ ପରେ ନବୀନଙ୍କ ସଫେଇ କରିପାରୁନି ଓଡିଆଙ୍କୁ କନଭେନ୍ସ । ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି । ବାଧ୍ୟବାଧକତାରେ କହିଲେ କି ନବୀନ ?

ପୁରା ପ୍ରଚାର ପାଣ୍ଡିଆନଙ୍କ କବଜାରେ । ନବୀନ ନମ୍ବର -1 ଆଉ, ପାଣ୍ଡିଆନ ନମ୍ବର -2 । 2 ପରେ 40 ପର୍ଯ୍ୟନ୍ତ କେହି ନାହାନ୍ତି ମଇଦାନରେ । ପାଣ୍ଡିଆନ ଯୁଆଡେ ବିଜେଡି ଭୋଟ କଟିଲା ସିଆଡେ । ବିଜେଡିରେ ଏବେ ଜରୁରୀକାଳୀନ ସ୍ଥିତି, ଅସମ୍ଭାଳ ସ୍ଥିତିକୁ ସମ୍ଭାଳି ପାରିବ କି ନବୀନଙ୍କ ବାଧ୍ୟବାଧକତାର ବୟାନ ।  ନବୀନଙ୍କ ପରେ ପାଣ୍ଡିଆନ ନବୀନଙ୍କ ଉତ୍ତରାଧିକାରୀ ବୋଲି ବୁଲେଇ ବଙ୍କେଇ କହି ସାରିଛନ୍ତି ପାଣ୍ଡିଆନ । ଜନବିରୋଧ ପରେ ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି, ବାଧ୍ୟବାଧକତାରେ କହିଲେ କି ନବୀନ ?

ସେପଟେ ଜାତୀୟ ଗଣମାଧ୍ୟମ ANI କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତକାରରେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହେଁ ବୋଲି କହିବା ପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ନିଜ ଦଳ ଲୋକଙ୍କ ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ପ୍ରେସମିଟ କରାଇଛନ୍ତି । ଗୁମାସ୍ତା ଯିଏ ରିମୋଟ ଧରି ସରକାର ଚଳାଉଛନ୍ତି ଏବଂ ଯାହାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ ସାରା ଓଡ଼ିଶା ବୁଲିବା ପାଇଁ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଜି ପୁଣି ସେ କହୁଛନ୍ତି ତାଙ୍କ ଉତ୍ତରାଧିକାରୀ ଓଡିଶା ବାସୀ ବାଛିବେ । 

ପ୍ରକୃତରେ ସେମାନେ ଜାଣି ସାରିଲେଣି ଓଡ଼ିଶାର ଲୋକ ମନ ବଳେଇ ସାରିଲେଣି ଓଡିଶାର ବିକଳ୍ପ ଭାବେ ବିଜେପିକୁ ବାଛୁଛନ୍ତି । ଏବଂ ବିଜେଡିର ନିଜ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଅଛି 4 ତାରିଖରେ ଗୁମାସ୍ତାଙ୍କ ଉପରେ ବିଜେଡି କର୍ମୀ ଯେଉଁ ଭଳି ଆକ୍ରମଣ କରିବେ ସେଥିରୁ ବଞ୍ଚିବା ପାଇଁ ପ୍ରାୟୋଜିତ ସାମ୍ବାଦିକ ସମ୍ବିଳନୀ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: