ଓଡ଼ିଶାବାସୀଙ୍କ କୌଶଳ, ପରିଶ୍ରମ ଓ ସଚ୍ଚୋଟତା ଗୁଜରାଟରେ ଅନୁଭବ କରିଛି- ମୋଦି

Key Points
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର: ଆରମ୍ଭ ହୋଇଛି ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା କନକ୍ଲେଭ୍ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାନୁଆରୀ ମାସରେ ଓଡିଶାକୁ ଦୁଇ ଦୁଇ ଥର ଆସିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । କିଛିଦିନ ତଳେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆସିଥିଲି । ଆଉ ଏଥର ଉତ୍କର୍ଷ ଓଡିଶା । ମୋ ଡିଏନରେ ଓଡିଶା ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍କର୍ଷ ଓଡ଼ିଶା ହେଉଛି ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପୁଞ୍ଜି ନିବେଶ ସମ୍ମିଳନୀ । ପୂର୍ବ ଅପେକ୍ଷା ୫ ଗୁଣ ଅଧିକ ପୁଞ୍ଜି ନିବେଶକାରୀ ଯୋଗ ଦେଇଛନ୍ତି । ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି । ଦେଶର ବିକାଶରେ ପୂର୍ବ ଭାରତର ଗ୍ରୋଥ୍ ଇଞ୍ଜିନ୍ । ଆଉ ଏଥିରେ ଓଡ଼ିଶାର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଇତିହାସ କହୁଛି ଓଡ଼ିଶା ଟ୍ରେଡ୍ ହବ୍ ଥିଲା । ସାଉଥ ଇଷ୍ଟ ଏସିଆର ପ୍ରମୁଖ ବ୍ୟବସାୟ କେନ୍ଦ୍ର ଥିଲା ଓଡିଶା । ଓଡିଶା ଥିଲା ବ୍ୟବସାୟର ଗେଟ୍ ୱେ । ଓଡିଶା ତା'ର ଅତୀତର ଗୌରବକୁ ପୁଣି ଥରେ ପୁନଃ ନିର୍ମାଣ କରୁଛି । ଓଡିଶାରେ ସମ୍ଭାବନାର ଦ୍ୱାର ଖୋଲୁଛି ।
📱 Get Argus News App
✨ସମସ୍ତ ନିବେଶକଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଏହି ସମୟ ପ୍ରକୃତ ସମୟ । ଓଡିଶା ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ଏହା ମୋଦି ଗ୍ୟାରେଣ୍ଟି । ଓଡିଶାରେ ନୂଆ ଭାରତ ନିର୍ମାଣର ପ୍ରର୍ଯ୍ୟାପ୍ତ ସମ୍ଭାବନା ରହିଛି । ଓଡ଼ିଶାବାସୀଙ୍କ କୌଶଳ, ପରିଶ୍ରମ ଓ ସଚୋଟତା ମୁଁ ଗୁଜରାଟରେ ଅନୁଭବ କରିଛି । ଖୁବଶୀଘ୍ର ଓଡ଼ିଶା ଏତେ ଉଚ୍ଚଶିଖରରେ ପହଁଚିବ ଯେ କେହି କେବେ କଳ୍ପନା କରିନଥିବେ । ନିବେଶକମାନଙ୍କ ପାଇଁ ଦେଶରେ ଆଗୁଆ ରାଜ୍ୟ ଭିତରେ ଓଡ଼ିଶା ଏକ ନଂ ।
ଭାରତର ଟ୍ରେଣ୍ଡ ବଦଳୁଛି । ଓଡ଼ିଶାରେ ଯେଉଁ ସମ୍ପଦ ଅଛି ସେହି କ୍ଷେତ୍ରର ଶିଳ୍ପ ଓଡ଼ିଶାରେ ହେଉ ତାହା ପାଇଁ ଆମ ସରକାର କାମ କରୁଛି । ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ । ରିନେବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନକୁ ନେଇ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପର ଲଜିଷ୍ଟିକ ଦାମ୍ କମ୍ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି ।
ବ୍ଲୁ-ଇକୋନୋମିରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା । ଯେଉଁ କ୍ଷେତ୍ରରେ ରହିଛନ୍ତି ସେହି କ୍ଷେତ୍ରର ଅଣୁ କ୍ଷୁଦ୍ର ଉଦ୍ୟୋଗ ଓ ଯୁବ ଉଦ୍ୟୋଗୀଙ୍କୁ ସପୋର୍ଟ କରନ୍ତୁ । ଶିଳ୍ପପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ । ଏଠିକାର ଯୁବକଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ଶସକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ ।