Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚର୍ଚ୍ଚାରେ ପାକିସ୍ତାନର  ପ୍ରଥମ  ହିନ୍ଦୁ  ମହିଳା ପୋଲିସ୍‌ ଅଧିକାରୀ   

Manini Pattanayak
Browse all articles by Manini Pattanayak
·1 year ago·2 min read
ଚର୍ଚ୍ଚାରେ ପାକିସ୍ତାନର  ପ୍ରଥମ  ହିନ୍ଦୁ  ମହିଳା ପୋଲିସ୍‌ ଅଧିକାରୀ   

ନୂଆଦିଲ୍ଲୀ:  ଚର୍ଚ୍ଚାରେ ପାକିସ୍ତାନର  ପ୍ରଥମ  ହିନ୍ଦୁ  ମହିଳା ପୋଲିସ୍‌ ଅଧିକାରୀ  ମନୀଷା ରୋପେଟା। ପାକିସ୍ତାନରେ ଜଣେ  ସଂଖ୍ୟାଲଘୁ  ମହିଳା  ପୋଲିସ  ବିଭାଗର ଡିଏସପି  ପଦରେ ରହିବା  ଅତ୍ୟନ୍ତ ଗର୍ବର ବିଷୟ।  ଏବେ ମନୀଷା  ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଛନ୍ତି।  ଗତ ଜୁଲାଇ ମାସରେ  ପାକିସ୍ତାନୀ ଅଭିନେତ୍ରୀ  ନିମ୍ରା  ଖାଁ  କରାଚିରେ  ଏକ ହୋଟେଲ ବାହାରେ  ନିଜ କାର୍‌କୁ ଅପେକ୍ଷା କରିଥିବାବେଳେ  ତାଙ୍କୁ ଏହି ସମୟରେ ଅପହରଣ  କରିବାକୁ ଉଦ୍ୟମ ହୋଇଥିଲା।   ଡିଏସପି  ମନୀଷାଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିଲା।  ମନୀଷାଙ୍କୁ ତଦନ୍ତ ଭାର ଦିଆଯିବା ପରେ ଅଭିନେତ୍ରୀ ଆଶ୍ୱସ୍ତି ପ୍ରକାଶ କରିଥିଲେ। କାରଣ ନିମ୍ରା ପୂର୍ବରୁ ଜାଣିଥିଲେ ଯେ  ମନୀଷା ନିଜ କାର୍ଯ୍ୟ ମାଧ୍ୟମରେ  ବିଶେଷ କରି  ମହିଳାମାନଙ୍କ ବିଶ୍ୱାସଭାଜନ ହେବାରେ ସଫଳ ହୋଇଛନ୍ତି।  କେବଳ ଲେଡି  ପୋଲିସ୍‌ ଅଫିସର ମନୀଷାଙ୍କ ଲାଗି ସିନ୍ଧ ପୋଲିସ୍‌କୁ ନେଇ  ଜନସାଧାରଣଙ୍କ ଧାରଣା ମଧ୍ୟ ପରିବର୍ତ୍ତନ ହୋଇଯାଇଛି।  
କିଏ ଏହି ହିନ୍ଦୁ ମହିଳା ପୋଲିସ୍‌ ଅଧିକାରୀ ?

୨୮ ବର୍ଷୀୟା ମନୀଷା ରୋପେଟା  ପାକିସ୍ତାନର  ସିନ୍ଧ ପ୍ରଦେଶର  ପ୍ରଥମ ହିନ୍ଦୁ  ମହିଳା  ଡିଏସପି।  ସେ ୨୦୨୧ରେ  ପ୍ରଶାସନିକ  ସେବା  ପରୀକ୍ଷା ରେ ଉତୀର୍ତ୍ତ ହୋଇ  ପୋଲିସରେ ଯୋଗ ଦେଇଥିଲେ।  ଯୋଗ ଦେବା ପରେ ପରେ  କିଛି ବର୍ଷ ଭିତରେ   କେତେକ ହାଇ ପ୍ରୋଫାଇଲ୍‌  ମାମଲାର  ଉତ୍ତମ ପରିଚାଳନା କରି  ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି।  ତେବେ ସବୁଠାରୁ ବଡ କଥା ହେଉଛି ଯେ,  ପାକିସ୍ତାନର  ପୋଲିସ୍‌ ସେବାରେ  ବହୁତ କମ୍‌ ଶିକ୍ଷିତ ମହିଳା ଯୋଗ ଦେଇଥାନ୍ତି।  ମୁଁ ଯେତେବେଳେ ପୋଲିସ୍‌ ବର୍ଦ୍ଦି ପିନ୍ଦେ  ନିଜକୁ ଗର୍ବିତ ଅନୁଭବ କରେ।  ମୋର କାମ ପାଇଁ ଅଧିକାରୀମାନେ ମୋତେ ସମ୍ମାନ ଦେଇଥାନ୍ତି ଯାହା ମୋତେ ପ୍ରେରଣା ଦେଇଥାଏ।  ଏଠାରେ ମହିଳାମାନଙ୍କୁ ଦୁର୍ବଳ ବୋଲି ମନେ କରିଥାନ୍ତି। କିନ୍ତୁ ଏ ଭାବନା ମୋ କାର୍ଯ୍ୟରେ କିଛି ପ୍ରଭାବ ପକାଏନା। ଆଜି ବି ଯେତେବେଳେ ମୁଁ ପୋଲସି ବର୍ଦ୍ଦି ପିନ୍ଧେ ନିଜକୁ ବହୁ ଗର୍ବିତ ଅନୁଭବ କରେ।  ସେ ଆହୁରି ମଧ୍ୟ କହିଛନ୍ତି  ମୋ ଏ କଥାଶୁଣି ଆମ ସମୁଦାୟର ଝିଅମାନେ ପ୍ରେରିତ ହୋଇ ମୋ ରାସ୍ତାରେ ଚାଲନ୍ତୁ ବୋଲି ମନୀଷା କହିଛନ୍ତି। 
 ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
I hope girls in our community are inspired by my story: Sindh’s first female Hindu police officer | Argus News