Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Girl Return To Odisha From America / 'ମୁଁ ଓଡ଼ିଶା ଆସିବାକୁ ଚାହୁଁଥିଲି ସେଥିପାଇଁ ମିଛ ଭିଡିଓ ବନେଇଥିଲି'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
'ମୁଁ ଓଡ଼ିଶା ଆସିବାକୁ ଚାହୁଁଥିଲି ସେଥିପାଇଁ ମିଛ ଭିଡିଓ ବନେଇଥିଲି'

Key Points

ଆମେରିକାରୁ ଓଡିଶା ଫେରିଥିବା ସେଇ ଝିଅର ନାଁ ହେଉଛି ସେଜଲ ଜେନ୍ ଓରଫ୍ ପୂଜା ।
ପିଲା ବେଳୁ ବାପା ମାଆଙ୍କୁ ହରାଇଛନ୍ତି ।

ଆମେରିକାରେ ଓଡ଼ିଆ ଝିଅଙ୍କୁ ନିର୍ଯାତନା ପ୍ରସଙ୍ଗରେ ଟ୍ୱିଷ୍ଟ । ଓଡ଼ିଶା ଫେରିଲେ ନାବାଳିକା । କିନ୍ତୁ ନିର୍ଯାତନା କଥାକୁ କଲେ ଖଣ୍ଡନ । ସେ କହିଛନ୍ତି ତାଙ୍କୁ ଓଡ଼ିଶା ଫେରିବାକୁ ଥିଲା, ତେଣୁ ନିର୍ଯାତନା କଥା କହିଥିଲେ । ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ନାବାଳିକା ଗଣମାଧ୍ୟମ ଆଗରେ କହିଛନ୍ତି ପାଳିତା ମା ବହୁତ ଭଲ । କିଛି ଦିନ ତଳେ ଆମେରିକାରେ ପୋଷ୍ୟ ଭାବେ ରହୁଥିବା ଓଡ଼ିଆ ଝିଅର ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାର କାରଣ ହୋଇଥିଲା । ତାଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ସେ କହିଥିଲେ ।

ସମ୍ପୂର୍ଣ୍ଣ କାହାଣୀଟି ହେଲା...

ନାବାଳିକା ଜଣକ କହିଛନ୍ତି, 'ଆମେରିକାରେ ୭ ବର୍ଷ ରହିଲି । ମତେ ଆମେରିକା ଭଲ ଲାଗିଲାନି । ମୋ ମାଆ ଭଲ । ଯାହା ମାଗିଛି ଦେଇଛନ୍ତି । ହେଲେ ମତେ ଆମେରିକା ଭଲ ଲାଗିଲାନି । ସେ ଲାଇଫ୍ ଷ୍ଟାଇଲ୍ ମୋର ପସନ୍ଦ ନୁହେଁ । ମତେ ମୋ ନିଜ ଇଚ୍ଛାରେ ବଞ୍ଚିବାର ଅଛି । ମତେ ଓଡ଼ିଶାରେ ରହିବାର ଅଛି । ମୋ ପ୍ରେମ ସହ ବଞ୍ଚିବାର ଅଛି । ସେଥିପାଇଁ ମୁଁ ମୋ ମାଆଙ୍କ ବିଷୟରେ ଯାହା କହିଥିଲି ସବୁ ମିଛ । ମୁଁ ଓଡ଼ିଶା ଆସିବାକୁ ଚାହୁଁଥିଲି ସେଥିପାଇଁ ଏମିତି ଭିଡିଓ ବନେଇଥିଲି ।

ଆମେରିକାରୁ ଓଡିଶା ଫେରିଥିବା ସେଇ ଝିଅର ନାଁ ହେଉଛି ସେଜଲ ଜେନ୍ ଓରଫ୍ ପୂଜା । ପିଲା ବେଳୁ ବାପା ମାଆଙ୍କୁ ହରାଇଛନ୍ତି । ଆମେରିକାର ଏକ ଦମ୍ପତ୍ତି ତାଙ୍କୁ ପୋଷ୍ୟ ଗ୍ରହଣ କରି ଆମେରିକା ନେଇଯାଇଥିଲେ । ସେଠାରେ ସେ ୭ ବର୍ଷ ରହିଲେ । ହେଲେ ବି ପୂଜା ମନେ ମନେ ମାଟି ମାଆକୁ ଝୁରୁଥିଲେ । ନିଜ ପ୍ରେମକୁ ଝୁରୁଥିଲେ । କିଛି ଦିନ ତଳେ ସେଠାରେ ତାଙ୍କୁ ପାଳିତ ବାପା ମା ନିର୍ଯାତନା ଦେଉଥିବା ଭିଡିଓ କରି ଅଭିଯୋଗ କରିଥିଲେ । କିନ୍ତୁ ଏବେ ସେ ନିର୍ଯାତନା ନୁହେଁ ପ୍ରେମ ପାଇଁ ଓଡ଼ିଶା ଆସିଥିବା କହିଛନ୍ତି ପୂଜା ।

ସେ ଚତୁର୍ଥ ପଢିବା ବେଳୁ ଗୋଟେ ପୁଅକୁ ଭଲ ପାଉଥିଲେ । ପୁଅର ଘର ବାଲେଶ୍ୱରରେ । ତାଙ୍କୁ ଜୀବନ ସାଥୀ କରିବାକୁ ଚାହାନ୍ତି ପୂଜା । ପାଳିତ ବାପା ମାଆଙ୍କ ବାରଣ ସତ୍ତ୍ୱେ ଲୁଚି ଲୁଚି ତାଙ୍କ ସହ ସେ କଥା ହୁଅନ୍ତି । ଶେଷରେ ନିଷ୍ପତ୍ତି ନେଲେ ମୁଁ ମୋ ମାଟିକୁ ଫେରିବି । ଏ ଲାଇଫ୍ ଷ୍ଟାଇଲ୍ ମୋ ପାଇଁ ନୁହେଁ । ଅଭିଭାବକଙ୍କ ନିର୍ଯାତନା ନୁହେଁ ବରଂ ନିଜର ପ୍ରେମ ତାଙ୍କୁ ଓଡ଼ିଶା ଟାଣି ଆଣିଥିବା ସେ ସ୍ପଷ୍ଟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Girl Return To Odisha From America | I Left America, I Will Stay In Odisha Now” | Odia Girl Speaks Out | Argus News