Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନେପଡ଼େ ଲୁଣିଆ ଗୁଳିକାଣ୍ଡ,ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ ୯ ସଂଗ୍ରାମୀ

Odisha

ମନେପଡ଼େ ଲୁଣିଆ ଗୁଳିକାଣ୍ଡ,ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ ୯ ସଂଗ୍ରାମୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ମନେପଡ଼େ ଲୁଣିଆ ଗୁଳିକାଣ୍ଡ,ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ ୯ ସଂଗ୍ରାମୀ


ଅର୍ଗସ ବ୍ୟୁରୋ:ଇତିହାସର ପୃଷ୍ଠା ଓଲଟାଇଲେ,ଆଜିବି ମନରେ ଗୁଞ୍ଜରିତ ହୁଏ ସଂଗ୍ରାମୀ ମାନଙ୍କର ବୀରତ୍ବର ଗାଥା। କେବେ ସାଲିସ୍ କରିବା ଶିଖିନଥିଲେ ସେମାନେ, ନୁଆଇଁନଥିଲେ ଇଂରେଜଙ୍କ ଆଗରେ ମଥା,ଖାତିରି କରିନଥିଲେ ଫିରିଙ୍ଗିର ଗୁଳିକୁ,ପତାଇଦେଇଥିଲେ ଛାତି,ବ୍ରିଟିଶଙ୍କ ଗୁଳିରେ ଟଳି ପଡ଼ିଥିଲେ ଏକା ସାଙ୍ଗରେ ୯ ସଂଗ୍ରାମୀ। ରକ୍ତରଞ୍ଜିତ ହୋଇଯାଇଥିବା ସେ ପୀଠ, ଆଜିବି ସଭିଙ୍କୁ ପ୍ରେରଣା ଦିଏ,ଶିଖାଇଦିଏ ଗୋଲାମି ନୁହେଁ ନିଜର ହକ ପାଇଁ ଲଢିବା ଉଚିତ ଯେର୍ଯ୍ୟନ୍ତ ଆମେ ଆମର ଲକ୍ଷ୍ୟରେ ପହଞ୍ଜିନୁ,ସେ ପର୍ଯ୍ୟନ୍ତ ପଛଘୁଞ୍ଚ ନୁହେଁ । ସେଇ ବୀର ମାନଙ୍କର ମାଟି ଆମ ଦେଶ ସ୍ଵାଧୀନ ହେବାରେ ରହିଛି ଅନେକ ଅବଦାନ। ଭଦ୍ରକ ଧାମନଗରର ସହିଦ୍ ନଗର ସେହି ପୀଠ ଯେଉଁଠି ବ୍ରିଟିଶ ଗୁଳିରେ ୯ ବୀର ଟଳିପଡିଥିଲେ ଆଜିବି ସେ ପବିତ୍ର ବୀରତ୍ବର ମାଟି ସ୍ବାଧୀନତାର ସ୍ମୃତି ସାଇତି ରଖିଛି,ପରବର୍ତ୍ତୀ ପିଢିଙ୍କୁ ଜୀବନର ସଂଗ୍ରାମରେ ଆଗକୁ ଯିବାକୁ ବାଟ କଢାଉଛି। ମନେ ପକାଉଦେଉଛି ସେପ୍ଟେମ୍ବର ୨୨ ଲୁଣିଆ ଗୁଳିକାଣ୍ଡ କଥା। ପ୍ରତିବର୍ଷ ଏହି ଦିନକୁ ସହିଦ୍ ନଗରରେ ସହିଦ୍ ଦିବସ ଭାବେ ପାଳନ କରାଯାଉଛି। 

୧୯୪୨ ମସିହା ଅଗଷ୍ଟ ୮ ତାରିଖ  ଭାରତ ଛାଡ଼ ଆନ୍ଦୋଳନ ପାଇଁ ଗାନ୍ଧୀଙ୍କ ନେତୃତ୍ଵରେ ଚରମ ନିଷ୍ପତ୍ତି ନେଇଥିଲା କଂଗ୍ରେସ । ତା ପରଦିନ ମୁମ୍ବାଇ ଠାରେ ଇଂରାଜୀ ସରକାର ବିରୋଧରେ ବିଶାଳ ସମାବେଶ ହୋଇ ଏହା କ୍ରାନ୍ତି ଦିବସ ଭାବେ ପୁରପଲ୍ଲୀରେ ହାସଲ କରିଥିଲା ବିପୁଳ ସମର୍ଥନ। ଏହା ପ୍ରଭାବରେ ପରିଲକ୍ଷିତ ହୋଇଥିଲା ଭଦ୍ରକ ଧାମନଗରର ଲୁଣିଆ ଅଞ୍ଚଳରେ। 
ଗାନ୍ଧୀ, ମହତାବଙ୍କ ଡାକରାରେ ସ୍ଵାଧୀନତା ସଂଗ୍ରାମୀ ପାଇଁ ପ୍ରତିବାଦ ବିପ୍ଳବ ବ୍ୟାପିଥିଲା ଗାଁ ଗାଁ,ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ଧାମନଗର ଅଞ୍ଚଳରେ ବିପ୍ଳବର ଦାନା ବାନ୍ଧିଥିଲା ଯାହା ହଜାଇଦେଇଥିଲା ଇଂରେଜଙ୍କ ନିଦ। ସେପ୍ଟେମ୍ବର ୨୨ ତାରିଖ ବ୍ରିଟିଶ ସରକାରଙ୍କ ବିରୋଧରେ ଲୁଣିଆ ସନ୍ନିକଟ ଚାନ୍ଦିଆପଶି ପଡ଼ିଆରେ ଏକ ବିରାଟ ପ୍ରଜା ମେଳି ହେଉଥିବା ଖବର ପାଇ ପୋଲିସ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କୁ ଗିରଫ ପାଇଁ ଆସିଥିବାବେଳେ ବିରୋଧର ହୋଇଥିଲା ସମ୍ମୁଖୀନ। ନିଜର ନେତାଙ୍କୁ କିଭଳି ଗିରଫ କରିନପାରିବ ପୋଲିସ ସେଥିଲାଗି ପୋଲିସକୁ କରାଯାଇଥିଲା ତୀବ୍ର ବିରୋଧ ଇଂରେଜଙ୍କ ଗୁଳିରେ ଟଳିପଡିଥିଲେ ଅନେକ ସଂଗ୍ରାମୀ,ଆଜିବି ସେ ସହିଦ୍ ନଗର ମାଟି ଗାଉଛି ସଂଗ୍ରାମୀ ଗାଥା।  ଶୁଣାଉଛି  ବୀରତ୍ବ କଥା। ଏ ଘଟଣା ଇତିହାସ ହୋଇଗଲାଣି ହେଲେ ଆଜିବି ସଭିଙ୍କୁ ପ୍ରେରଣା ଦେଉଛି ବୀର ମାଟିର ବୀରତ୍ବ ଗାଥା,ଶିଖାଇ ଦେଇଛି ଜୀବନଟା ଏକ ସଂଗ୍ରାମ ନଇଁବୁନି କେବେ ମଥା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
I remember the salt shooting, 9 fighters were killed by the British bullets | Argus News