Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୌମ୍ୟଙ୍କ ଟାର୍ଗେଟ୍‌ରେ ସରକାର : ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେ ଟାର୍ଗେଟ୍‌

Odisha

ସୌମ୍ୟଙ୍କ ଟାର୍ଗେଟ୍‌ରେ ସରକାର : ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେ ଟାର୍ଗେଟ୍‌

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସୌମ୍ୟଙ୍କ ଟାର୍ଗେଟ୍‌ରେ ସରକାର : ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେ ଟାର୍ଗେଟ୍‌

Key Points

  • ସତ କହିଦେଲେ ସୌମ୍ୟ
  • ମୁଁ ସବୁବେଳେ ସତ କହେ ବୋଲି ସରକାର ମୋ ଉପରେ ଅସନ୍ତୁଷ୍ଟ
  • ନିର୍ବାଚନକୁ ନେଇ ପୁଣି ବର୍ଷିଲେ ଖଣ୍ଡପଡା ବିଧାୟକ
     

ଅର୍ଗସ ବ୍ୟୁରୋ: କହୁନଥିଲେ କହୁନଥିଲେ...ସଭାରେ ଏବେ ଏମିତି ସତକଥା କହିଦେଲେ ଯେ ଖଣ୍ଡପଡା ବିଧାୟକଙ୍କୁ ନେଇ ପୁଣି ବଢିଲାଣି ଚର୍ଚ୍ଚା । ଏଥର ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ସରକାରଙ୍କ କହିଲେ ଗୋଟିଏ କଥା । ନିର୍ବାଚନ ନକହିଲେ କଣ କଣ ଅସୁବିଧା ହୁଏ, କାହିଁକି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେଲା ? ଏହି ସବୁ ପ୍ରସଙ୍ଗରେ ମଞ୍ଚରେ ଖୋଲିଦେଲେ ଗୁମର । ଯାହାକୁ ନେଇ ପୁଣି ଥରେ ବଢିଲାଣି ଚର୍ଚ୍ଚା ।

ପୁଣି ଭାଷଣ ବାଣ ଛାଡିଲେ ସୌମ୍ୟରଂଜନ । ଏଥରର ବାଣ ଛାତ୍ର ସଂସଦ ନିର୍ବାଚନକୁ ନେଇ । ଦୀର୍ଘଦିନ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ତେଣୁ ନିର୍ବାଚନ କରିବା ସପକ୍ଷରେ ମତ ବାଢିଛନ୍ତି ସୌମ୍ୟରଂଜନ । 

ତାରିଖ-୨, ଅବସର- ରସମା ବ୍ଲକ୍ ଶିଆଳି ବାଲିଯାତ୍ରା ଉତ୍ସବ । ମଂଚରେ ଭାଷଣ ଦେଉଦେଉ ସୌମ୍ୟ କହିଥିଲେ, ମୁଁ ସତକଥା କହେ ବୋଲି ଆମ ସରକାର ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି । ସତକଥା ଟି ହେଲା, ଯୁବକ ମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଆନଯିବା । ଛାତ୍ରସଂସଦ ନିର୍ବାଚନ ଗଣତନ୍ତ୍ର ଓ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଏ । ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ ବୋଲି ବି କହିଥିଲେ ସୌମ୍ୟ । ସରକାର ଖୁବଶୀଘ୍ର ଏ ସମ୍ପର୍କରେ ଚିନ୍ତା କରିବେ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଫେରାଇ ଆଣିବେ ବୋଲି ତାଙ୍କ ଆଶା । ଖାଲି ଏତିକି ନୁହେଁ ବରଂ ଧଳା ସାର୍ଟ ପିନ୍ଧିଦେଲେ କେହି ନେତା ହେବେନି ବୋଲି କହିବାକୁ ପଛାଇନଥିଲେ ସୌମ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଫାଇଭ୍‌-ଟି ସଚିବ ଓ ନବୀନଙ୍କୁ ନେଇ ବାରମ୍ବାର ଟିପ୍ପଣୀ ଦେବା ପରେ ସେପଟେମ୍ବର ୨୧ ତାରିଖରେ ବିଜେଡିରୁ ସୌମ୍ୟଙ୍କୁ ସସପେଣ୍ଡ କରିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ପରେ ତାଙ୍କ କମ୍ପାନୀ ବିରୋଧରେ ମାମଲା ବି ହେଲା । ଏ ସବୁ ପରେ କିଛିଦିନ ଗଣମାଧ୍ୟମ ସାମ୍ନାରୁ ଦୂରେଇ ରହୁଥିଲେ ସୌମ୍ୟ । ହେଲେ ଏବେ ପୁଣି ଥରେ ମୁହଁ ଖୋଲିଥିବାରୁ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା ।
 

Sponsored
Khandapada MLA | Argus News