Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଳ ଛାଡ଼ିବି ନାହିଁ, ଦଳ ପାଇଁ କାମ କରିବି: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦଳ ଛାଡ଼ିବି ନାହିଁ, ଦଳ ପାଇଁ କାମ କରିବି: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

Key Points

ଆଉ ନିର୍ବାଚନ ଲଢିବେ ନାହିଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଦଳ ଛାଡ଼ିବେ ନାହିଁ, ଦଳ ପାଇଁ କାମ କରିବେ
ଆଗାମୀ ସମୟରେ ଯୁବପିଢ଼ିକୁ ସୁଯୋଗ ଦିଆଯାଉ: ଜୁଏଲ
ରାଜ୍ୟସଭାରେ ନହେଲେ ରାଜ୍ୟପାଳ ହୋଇ ପାରିବି, ଦଳ ତାହା ନିଷ୍ପତ୍ତି ନେବ

ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢିବେ ନାହିଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦଳ ଛାଡ଼ିବେ ନାହିଁ, ଦଳ ପାଇଁ କାମ କରିବେ । ଆଗାମୀ ସମୟରେ ଯୁବପିଢ଼ିକୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ । ସମ୍ବଲପୁରରେ ରୋଜଗାର ମେଳାରେ ଯୋଗ ଦେଇ ସେ ଏହା କହିଛନ୍ତି । ରାଜ୍ୟସଭାରେ ନହେଲେ ରାଜ୍ୟପାଳ ହୋଇ ପାରିବି । ଦଳ ତାହା ନିଷ୍ପତ୍ତି ନେବ । ନିର୍ବାଚନ ନ ଲଢିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଦଳ ଯଦି କହିବ ନିର୍ବାଚନ ଲଢିବି ବୋଲି ସେ କହିଛନ୍ତି ।

କେନ୍ଦ୍ରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସାମିଲ ହୋଇଥିବା ବେଳେ ଜୁଏଲ ଓରାମଙ୍କୁ ୫ ବର୍ଷ ପରେ ପୁଣି ସୁଯୋଗ ମିଳିଛି। ସେ ତାଙ୍କର ପୁରୁଣା ମନ୍ତ୍ରଣାଳୟ ଆଦିବାସୀ ବ୍ୟାପାର ପାଇଛନ୍ତି। ଲୋକ ସଭା ଆସନରୁ କ୍ରମାଗତ ବିଜୟୀ ହୋଇଆସୁଥିବା ଜୁଏଲଙ୍କୁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ମିଳି ନ ଥିଲା।

ସେହି ସମୟରେ ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଜୁଏଲ ୧୯୯୮ରେ ପ୍ରଥମ କରି ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଦ୍ୱାରା ନୂଆକରି ଗଢ଼ା ଯାଇଥିବା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା।

୨୦୦୪ରେ ସେ ତୃତୀୟ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ହାରିଯାଇଥିଲେ। ୨୦୧୪, ୨୦୧୯ ଏବଂ ୨୦୨୪ରେ ସେ ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
i-will-not-leave-the-party-i-will-work-for-the-party-union-minister-joel-oram | Argus News