Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା କାଲିଠୁ ମାଟ୍ରିକ୍ ପରୀକ୍ଷା ଖାତା ଦେଖା

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତା କାଲିଠୁ ମାଟ୍ରିକ୍ ପରୀକ୍ଷା ଖାତା ଦେଖା

ଆସନ୍ତା କାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା । ମୂଲ୍ୟାୟନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 45 ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ। ଏଥିପାଇଁ 12 ହଜାର 8 ଶହ ହାଇସ୍କୁଲ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ଖାତା ଦେଖା କାର୍ଯ୍ୟ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ।


ସେହିପରି କେନ୍ଦ୍ରକୁ ମୋବାଇଲ୍ ନେବା ମଧ୍ୟ ବାରଣ ରହିଛି। ଏଥିରେ ଖିଲାପି କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମୂଲ୍ୟାୟନ ପରେ ପ୍ରତିଦିନ ମାର୍କ ଅପଲୋଡ୍ କରାଯିବ। ଏବଂ ମାର୍କ ଅପଲୋଡ୍ କରିବା ପୂର୍ଵରୁ ଦୁଇଟି ପର୍ଯ୍ୟାୟରେ ଏହାକୁ ଯାଞ୍ଚ କରାଯିବ। ଏଥିଲାଗି ବୋର୍ଡ ପକ୍ଷରୁ ୩ ଶହ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି। ମାଟ୍ରିକ୍ ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ବା ଏସ୍ଓଏସସି ପରୀକ୍ଷାର ମୂଲ୍ୟାୟନ ମଧ୍ୟ ଏକା ସହିତ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
i-will-see-the-matriculation-exam-results-next-week | Argus News