Videos
|
Odisha

ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ

ଭୁବନେଶ୍ୱର:  ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ । ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ତାଙ୍କୁ ଟାର୍ଗେଟ୍ କରାଯାଉଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ବିଷ୍ଣୁପଦ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ଲିଙ୍କ୍‌କୁ ନେଇ CBI କରୁଛି ଖୋଳତାଡ଼ । ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ CBIର 8 ଜଣିଆ ଟିମ୍‌ର ଖୋଳତାଡ଼ କରୁଛନ୍ତି । CBI ର ରେଡ୍‌ ପରେ ଇସ୍ତାଫା ଦେଇଛନ୍ତି ବିଷ୍ଣୁପଦ ସେଠୀ।


ଆଜି ସକାଳୁ IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ କରିଥିଲା । CBI ର ୮ ଜଣିଆ ଟିମ ରେଡ କରିଛନ୍ତି । ସରକାରୀ କ୍ଵାଟରରେ ପହଂଚି CBI ର ଟିମ ଛାନବିନ କରିଛନ୍ତି । ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ 3 ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ । ଆଜି ସକାଳୁ ପୁଣିଥରେ CBI ର ୮ ଜଣିଆ ଟିମ IAS ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ କରିଛି। ପ୍ରଶ୍ନ ଉଠୁଛି କାହିଁକି ତଦନ୍ତରେ ସିବିଆଇକୁ ସହଯୋଗ କରୁନାହାନ୍ତି ବିଷ୍ଣୁପଦ ସେଠୀ। ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଦନ୍ତକାରୀ ଏଜେନ୍ସିର ଅଧିକାରୀଙ୍କ ସହ ଏମିତି ଯୁକ୍ତିତର୍କ କରିବା ସୃଷ୍ଟି କରିଛି ବଡ଼ ପ୍ରଶ୍ନ। କାହିଁକି ଆଇନକୁ ହାତକୁ ନେଲେ ବିଷ୍ଣୁପଦ ସେଠୀ ?


ଅଧିକ ପଢ଼ନ୍ତୁ ଓଡିଶା ଖବର:

IAS Bishnupada Sethi resigns | Argus News