ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେଲେ IAS ମଧୁସୂଦନ ପାଢ଼ୀ

ଅର୍ଗସ ବ୍ୟୁରୋ: ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ IAS ମଧୁସୂଦନ ପାଢ଼ୀ । ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରେ ଦାୟିତ୍ବ ହସ୍ତାନ୍ତର କଲେ ପୂର୍ବତନ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ । ମଧୁସୂଧନ ପାଢ଼ୀ ହେଉଛନ୍ତି ରାଜ୍ୟର ଅଷ୍ଟମ ନିର୍ବାଚନ କମିଶନର ।
ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି ପଡ଼ିଥିଲା । ଏବେ ଦାୟିତ୍ୱର ଭାର ମଧୁସୂଦନ ପାଢୀଙ୍କ ହାତକୁ ହସ୍ତାନ୍ତର କରାଯାଇଛି।
📱 Get Argus News App
✨୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ।
ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଦାୟିତ୍ଵ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ନୂଆ କରି ଦାୟିତ୍ୱ ନେଇଛି। ସୁଚାର ରୂପେ ଏହାର ପରିଚାଳନା ବଡ଼ ଆହ୍ବାନ ରହିବ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ବଡ଼ ଚ୍ୟାଲେଜିଂ ରହିବ। ପୂର୍ବରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନେଇଛି, ତେଣୁ ନିର୍ବାଚନ ପରିଚାଳନାରେ ପୂର୍ବ ଅନୁଭୂତି ସାହାଯ୍ୟ କରିବ। ନୂଆ ଭୋଟରମାନଙ୍କୁ ନିର୍ବାଚନ ପାଇଁ ଆକୃଷ୍ଟ କରିବା ବଡ଼ ଆହ୍ଵାନ ରହିବ। ବିଭିନ୍ନ ସ୍ଥାନରେ ଫାଙ୍କା ରହିଥିବା ସରପଞ୍ଚ ସମିତି ସଭ୍ୟ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ଉପ ନିର୍ବାଚନର ଆୟୋଜନ କରାଯିବ।