Videos
|
Odisha

କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । ସେ ଆସନ୍ତା ଜୁଲାଇ ୧ ତାରିଖରେ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ନେବେ।


ବର୍ତ୍ତମାନ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ଥିବା ଆଇଏଏସ ଉମଙ୍ଗ ନରୁଲା ଆସନ୍ତା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ତାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ନିକୁଞ୍ଜ ବିହାରୀ ଧଳ । ଆଇଏଏସ୍‌ ନିକୁଞ୍ଜ ଧଳ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ରାଜ୍ୟରେ ୨୦୨୪ ସାଧାରଣ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ସଫଳତା ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ। ସେ ଡେପୁଟେସନରେ ଯିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ସନ୍ତୋଷ ଷଡ଼ଙ୍ଗୀଙ୍କୁ ମଧ୍ୟ ନୂଆ ଦାୟିତ୍ବ ମିଳିଛି। ତାଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁବଲ୍‌ ଏନର୍ଜି ସଚିବ ଭାବେ ନିଯୁକ୍ତି ମିଳିଛି। ସେ ଏବେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟରେ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।




IAS Nikunj Dhal to go on central deputation | Argus News