Videos
|
Odisha

ଛୁଟି ପାଇଁ IAS ଅଫିସରଙ୍କୁ ନେବାକୁ ହେବ ମୁଖ୍ୟ ଶାସନ ସଚିବଙ୍କ ଅନୁମତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଛୁଟି ପାଇଁ IAS ଅଫିସରଙ୍କୁ ନେବାକୁ ହେବ ମୁଖ୍ୟ ଶାସନ ସଚିବଙ୍କ ଅନୁମତି

Key Points

ଆଇଏଏସ୍ ଅଫିସରଙ୍କ ମନ ମର୍ଜି ଉପରେ ଲଗାମ ଲାଗିବ । ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେନି ଆଇଏଏସ୍ ।

ଭୁବନେଶ୍ଵର: ଆଉ ବିନା ଅନୁମତିରେ ଛୁଟି ନେଇ ପାରିବେନି ଆଇଏଏସ୍ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆଇଏଏସ୍ ଅଫିସରଙ୍କ ମନ ମର୍ଜି ଉପରେ ଲଗାମ ଲାଗିବ । ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେନି ଆଇଏଏସ୍ ଅଧିକାରୀ । 


ଜାରି ନିର୍ଦ୍ଦେଶନାମାରେ ଲେଖା ଯାଇଛି, ଅନେକ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନ ନେଇ ଛୁଟି ନେଇ ଯାଉଛନ୍ତି । ହେଡ୍‌କ୍ଵାର୍ଟର ମଧ୍ୟ ଛାଡ଼ି ପଳାଉଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ବିଭିନ୍ନ ସରକାରୀ କାର୍ଯ୍ୟ । ତେଣୁ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନ ନେବାକୁ ଆଇଏଏସ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସବୁ ଆଇଏଏସ୍ ଅଧିକାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ । ନିର୍ଦ୍ଦେଶନାମାକୁ ଅବହେଳା ନ କରି ଅନୁକରଣ କରିବାକୁ କୁହାଯାଇଛି । ଆଇଏଏସ୍ ଅଧିକାରୀଙ୍କ ସମସ୍ତ ଛୁଟି କ୍ଷେତ୍ରରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବ ।

IAS Officer Can't Take Leave Without Prior Permission Of Chief Secretary | Argus News