Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ IAS ଅଫିସର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଭିଜିଲାନ୍ସ ଜାଲରେ IAS ଅଫିସର

Key Points

ଭିଜିଲାନ୍ସ ଜାଲରେ IAS ଅଫିସର । ଲାଞ୍ଚ ନେଇ ଧରାପଡ଼ିଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚାକମା ।10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ IAS ଅଫିସର । କଳାହାଣ୍ଡିରେ ଭିଜିଲାନ୍ସ ଜାଲରେ ଫସିଲେ IAS ଅଫିସର.. ଲାଞ୍ଚ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚାକମା ଧରାପଡ଼ିଲେ । 10 ଲକ୍ଷ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ଲାଞ୍ଚ ନେଉଥିଲେ । ତାଙ୍କ କ୍ବାର୍ଟର୍ସରୁ ନଗଦ 47ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ । ଅଭିଯୋଗକାରୀଙ୍କୁ ଉପଜିଲ୍ଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ ଏବଂ ତାଙ୍କ ବାସଭବନ ଅଫିସ ଟେବୁଲ୍‌ ଡ୍ରୟର ଭିତରେ ରଖିଥିଲେ। ଭିଜିଲାନ୍ସ ଚଢ଼ଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍‌ ପିଏସ୍ କେସ୍ ନମ୍ବର ୬/୨୦୨୫, ୭ପିସି ଆଇନ, ୧୯୮୮ ପିସି (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ପଞ୍ଜୀକୃତ ହୋଇଛି। ଘଟଣାର ଅଧିକ ତଦନ୍ତ ପାଇଁ ରାତିରେ ଶ୍ରୀ ଚକ୍‌ମାଙ୍କୁ ଭବାନୀପାଟଣା ଅଣାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।


୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଶ୍ରୀ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଶ୍ରୀ ଚକ୍‌ମା ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAS officer caught by vigilance in Kalahandi | Argus News