Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Indian Coast Guard / ସମୁଦ୍ରରେ ପରାକ୍ରମ ଦେଖାଇବ କୋଷ୍ଟଗାର୍ଡ ଜାହାଜ ‘ଅଦମ୍ୟ'

Babita Behera
Browse all articles by Babita Behera
·9 months ago·2 min read
ସମୁଦ୍ରରେ ପରାକ୍ରମ ଦେଖାଇବ କୋଷ୍ଟଗାର୍ଡ ଜାହାଜ ‘ଅଦମ୍ୟ'

Key Points

ସମୁଦ୍ର ସୁରକ୍ଷାରେ ନୂଆ ପରାକ୍ରମ ।

ପାରାଦୀପରେ କମିଶନ୍ ହେଲା ସ୍ୱଦେଶୀ କୋଷ୍ଟଗାର୍ଡ ଜାହାଜ ‘ଅଦମ୍ୟ’।

‘ଆତ୍ମନିର୍ଭର ଭାରତ’ର ପ୍ରତୀକ, ପାରାଦୀପରୁ ସମୁଦ୍ରକୁ ରକ୍ଷା କରିବ ‘ଅଦମ୍ୟ’ ।

ଶତୃଙ୍କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ।

ଭୁବନେଶ୍ଵର: ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଅଦମ୍ୟ । ଆଠଟି ସିରିଜ୍ ଅଦମ୍ୟ-ଶ୍ରେଣୀର ଫାଷ୍ଟ ପାଟ୍ରୋଲ୍ ଜାହାଜ ମଧ୍ୟରୁ ପ୍ରଥମ ଜାହାଜ । ଅଦମ୍ୟର ଅର୍ଥ ହେଉଛି Indomitable । ଏହାର କାମ ହେଉଛି ଉପକୂଳ କୁ ସୁରକ୍ଷା ଦେବ । ଶତୃକୁ କଡ଼ା ଜଵାଵ ଦେଵ।


ଆଜି ପାରାଦ୍ଵୀପ କୋଷ୍ଟ ଗାର୍ଡ ବର୍ଥରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତିଙ୍କ ଦ୍ଵାରା ଏହାର କମିଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇନ୍ସପେକ୍ଟର ଜେନେରାଲ ଯୋଗିନ୍ଦର ଢାକା, ଟିଏମ୍, କୋଏସ୍ ମୁଖ୍ୟାଳୟ ପୂର୍ବ ସିବୋର୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଅଦମ୍ୟ ହେଉଛି ପ୍ରଥମ ICG ସ୍ୱଦେଶୀ ବିକଶିତ ଜାହାଜ । ଦୁଇଟି ନିୟନ୍ତ୍ରଣଯୋଗ୍ୟ ପିଚ୍ ପ୍ରୋପେଲର୍ (CPP) ଏବଂ ଗିଅରବକ୍ସ ସହିତ ସଜ୍ଜିତ, ଯାହା ସମୁଦ୍ରରେ ଉତ୍କୃଷ୍ଟ ଗତି, କାର୍ଯ୍ୟକ୍ଷମ ନମନୀୟତା ଏବଂ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରେ । ୫୧ ମିଟର ଲମ୍ୱ ଓ ୮ ମିଟର ପ୍ରସ୍ତ ବିଶିଷ୍ଟ ଏହି ଜାହାଜ ଏଫପିଭିକୁ ମେସର୍ସ ଗୋଆ ସିପୟାର୍ଡ ଲିମିଟେଡ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମାଣ କରାଯାଇଛି । ଏହା "ଆତ୍ମନିର୍ଭର ଭାରତ"ର ଏକ ଉପଯୁକ୍ତ ଉଦାହରଣ ଯାହା ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ପ୍ରୟାସ ଅଧୀନରେ ଭାରତର ସାମୁଦ୍ରିକ ଶକ୍ତିକୁ ସୁଦୃଢ଼ ​​କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ | ବନ୍ଦ ବିଦ୍ୟାଳୟକୁ ଖୋଲୁଛନ୍ତି ରାଜ୍ୟ ସରକାର, ଏବେ ସୁଦ୍ଧା ଖୋଲିଲାଣି ୪୬ଟି ପ୍ରାଥମିକ ସ୍କୁଲ୍


ଏହି ଜାହାଜଟି ଓଡ଼ିଶାର ପାରାଦୀପରେ ଅବସ୍ଥିତ କୋଷ୍ଟଗାର୍ଡ ଜିଲ୍ଲା ମୁଖ୍ୟାଳୟ ନମ୍ବର 7 (ଓଡ଼ିଶା) କମାଣ୍ଡରଙ୍କ ମାଧ୍ୟମରେ କମାଣ୍ଡର, କୋଷ୍ଟଗାର୍ଡ ରିଜିଅନ (ଉତ୍ତର ପୂର୍ବ)ଙ୍କ ପରିଚାଳନାଗତ ଏବଂ ପ୍ରଶାସନିକ ନିୟନ୍ତ୍ରଣରେ ରହିବ । କମାଣ୍ଡାଣ୍ଟ (JG) ଅନୁରାଗ ପାଣ୍ଡେଙ୍କ ନେତୃତ୍ୱରେ ପରିଚାଳିତ ହେବା ସହ ଏଥିରେ ୫ ଜଣ ଅଧିକାରୀ ଏବଂ 34 ଜଣ କର୍ମଚାରୀ ଅଛନ୍ତି। ICGS ଅଦମ୍ୟ ର କମିଶନିଂ ଭାରତୀୟ କୋଷ୍ଟଗାର୍ଡର ବହୁବିଧ ସାମୁଦ୍ରିକ କାର୍ଯ୍ୟ ନିର୍ବାହ କରିବା ।

Sponsored
Paradeep Port Guard | ସମୁଦ୍ରରେ ପରାକ୍ରମ ଦେଖାଇବ କୋଷ୍ଟଗାର୍ଡ ଜାହାଜ ‘ଅଦମ୍ୟ' | Argus News