Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ଏକୋଇସିଆ ହୋଇଥିଲା, ଆଜି ମା'ର ପରିଚୟ ମିଳିଲା

Smruti Parija
Browse all articles by Smruti Parija
·2 years ago·1 min read
କାଲି ଏକୋଇସିଆ ହୋଇଥିଲା, ଆଜି ମା'ର ପରିଚୟ ମିଳିଲା

ସମ୍ବଲପୁର: ରେଙ୍ଗାଲିରେ ବୋରୱେଲ୍ ରୁ ଶିଶୁ ଉଦ୍ଧାର ଘଟଣାରେ ମିଳିଲା ବିଜୟିନୀର ମା' ର ପରିଚୟ । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର । ଏବଂ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ । ସେପଟେ ଉକ୍ତ ମହିଳା ଜଣଙ୍କ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ବିଜୟିନୀ ଉକ୍ତ ମହିଳାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ ।  

ଗତକାଲି ବୁର୍ଲା ଏସଏନସିୟୁରେ ଶିଶୁ କନ୍ୟାର ଖୁବ ଧୁମଧାମ୍ ରେ ଏକୋଇସିଆ ପାଳନ ହୋଇଥିଲା । ହୋମ ଯଞ୍ଚ ସହ କେକ୍ କାଟି ଶିଶୁକନ୍ୟାର ନାମକରଣ ହୋଇଥିଲା ।  

ପର କରିଦେଲା ପରିବାର, ଆଦରି ନେଲା ଭୀମସାର

ଧିରେ ଧିରେ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଥିବାବେଳେ ଆଉ ଅଳ୍ପ ଦିନ ପରେ ଡିସଚାର୍ଜ କରାଯିବ । ଏହାପରେ ହିଁ ଶିଶୁକନ୍ୟାର ଭବିଷ୍ୟତକୁ ନେଇ ପ୍ରଶାସନ ନିଷ୍ପତ୍ତି ନେବ । ହେଲେ ଠିକ ଏତିକି ବେଳେ ଉଦ୍ଧାର ଶିଶୁକନ୍ୟାର ମାଆର ପରିଚୟ ମିଳିଥିବା କହିଛନ୍ତି ଏସପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର । ଏବଂ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ଏସପି । ସେପଟେ ଉକ୍ତ ମହିଳା ଜଣଙ୍କ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Sponsored
identity of Vijayini's mother was found | Argus News