ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ, ଯବାନ ସହିଦ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ । ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ । ବିଜାପୁର ଜିଲ୍ଲା ତୈୟାନାର ଓ ମର୍ମେଡ଼ ଗାଁ ର ରାସ୍ତା ନିର୍ମାଣ କାର୍ଯ୍ୟ କୁ ସୁରକ୍ଷା ଦେଉଥିଲେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ । ରାସ୍ତାର ପାର୍ଶ୍ଵ ରେ ମାଓବାଦୀଙ୍କ ପ୍ରେସର IED ଉପରେ ଯବାନଙ୍କ ଗୋଡ ପଡିଯିବାରୁ ତାହା ବ୍ଲାଷ୍ଟ ହୋଇଥିଲା । କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଯବାନ ମନୋଜ ପୂଜାରୀ ।
ବିଜାପୁର ସ୍ଥିତ ସହିଦ ବାଟୀକାରେ ବରିଷ୍ଟ ଅଧିକାରୀ ମାନେ ସହିଦ ମନୋଜ ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେପଟେ ସୁକମା କେରଳାପାଲରେ IED ଖଞ୍ଜିବା ସମୟରେ ଗିରଫ ହେଲେ ୪ ହାର୍ଡକୋର ମାଓବାଦୀ । ସୁକମା ଜିଲ୍ଲାର ସିରସେଟ୍ଟୀ ଓ ଗୋଗୁଣ୍ଡା ଅଂଚଳରେ 4 ମାଓବାଦୀ IED ଖଞ୍ଜୁଥିବା ସମୟରେ ଗିରଫ କରାଯାଇଛି । ଗିରଫ ମାଓବାଦୀ ଙ୍କ ନିକଟରୁ ଡିଟୋନେଟର, ଇଲେକ୍ଟ୍ରିକ ୱାରୀ ଓ ଜିଲୋଟିନ ଷ୍ଟିକ ଜବତ କରାଯାଇଛି ।