Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଅ ହେଲେ ୧୦ ହଜାର ଓ ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·2 min read
ପୁଅ ହେଲେ ୧୦ ହଜାର ଓ ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା

Key Points

ପୁଅ ହେଲେ ୧୦ ହଜାର ଓ ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ବାଟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଅପପୁଷ୍ଟି
ଗର୍ଭବତୀ ଓ ଶିଶୁଙ୍କ ରକ୍ତହୀନତା ପଛରେ ବି କାରଣ ଦୁର୍ବଳ ଆର୍ଥିକ ସ୍ଥିତି
ମମତା ଓ PM ମାତୃବନ୍ଦନା ଯୋଜନା ମିଳିତ ଭାବେ ଲାଗୁ ପରେ ରାଜ୍ୟରେ ବଦଳିବ ଚିତ୍ର
    

ରାଜ୍ୟରେ ମିଳିତ ଭାବେ ଲାଗୁ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ଯାହା ଅନୁସାରେ ଏଣିକି ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଓ ଝିଅ ହେଲେ ସରକାର ଦେବେ ୧୨ ହଜାର ଟଙ୍କା । ଗର୍ଭବତୀ, ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ଏ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ଦ୍ଵାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ଉପକୃତ ହେବେ । ରାଜ୍ୟରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି ରହିଥିବା ଅପପୁଷ୍ଟି ଓ ରକ୍ତହୀନତା ଭଳି ବଡ଼ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ଏହି ଯୋଜନା ରାମବାଣ ପାଲଟିବ ବୋଲି କୁହାଯାଉଛି ।


୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କିନ୍ତୁ ଏହା ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଅପପୁଷ୍ଟି । ଏହି ସମସ୍ୟା କେତେ ଗୁରୁତର ଗତ ଅଗଷ୍ଟ ୩୧ ତାରିଖରେ ବିଭାଗୀୟ ମନ୍ତ୍ରୀ ରଖିଥିବା ଉତ୍ତର ହେଉଛି ପ୍ରମାଣ। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୯୮,୬୨୦ ଶିଶୁ ଅପପୃଷ୍ଟିର ଶିକାର ଅଛନ୍ତି । ପୂର୍ବରୁ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ବିଜେଡି ଶାସନରେ ଅପପୁଷ୍ଟିର ଅସଲ ଚିତ୍ରକୁ ଉଜାଗର କରିଥିଲା । ରାଜ୍ୟରେ ୧୦.୭ ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ ୫.୧୩ ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା । ୧୦.୮ ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ହୋଇଥିବା ବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଥିବା ରିପୋର୍ଟରେ କୁହାଯାଇଥିଲା । ସେହିପରି ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହୀନତାବି ରାଜ୍ୟରେ ଏକ ଚିନ୍ତାଜନକ ସ୍ବାସ୍ଥ୍ୟ ସମସ୍ୟା ।ଏ ସବୁର କାରଣ ଥିଲା ଲୋକଙ୍କର ଦୁର୍ବଳ ଆର୍ଥିକ ସ୍ଥିତି । ଏବେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରି ଏ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁଣି ଗର୍ଭବତୀ ଓ ପ୍ରସୂତିଙ୍କୁ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ହାଇସ୍କୁଲରେ ଡ୍ରପଆଉଟ୍ ହ୍ରାସ ପାଇଁ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ପ୍ରଥମରୁ ଅଷ୍ଟମ ପିଲାଙ୍କ ଭଳି ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏ ନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Sponsored
If a boy is born, you will get 10,000 rupees and if a girl is born, you will get 12,000 rupees. | Argus News