ଶ୍ରୀମନ୍ଦିର ସୁରକ୍ଷାରେ ବ୍ୟାଘାତ ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ- ଆଇନମନ୍ତ୍ରୀ
·1 year ago·1 min read

Key Points
ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡ଼ିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ପୁରୀ: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡ଼ିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯଦି କୌଣସି ଦୁର୍ବୃତ୍ତ ଶ୍ରୀମନ୍ଦିର ସୁରକ୍ଷା ଉପରେ ଆକ୍ରମଣ କରିବାକୁ ବା ବ୍ୟାଘାତ କରିବାକୁ ଚେଷ୍ଟା କରିବେ ତେବେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ଆଜି ଭୋର 4.10 ମିନିଟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ପ୍ରାୟ ଅଧଘଣ୍ଟା ଧରି ଉଡିଥିଲା ଡ୍ରୋନ୍। ପ୍ରଥମେ ଉତ୍ତରପାର୍ଶ୍ବ ମଠରୁ ଆସି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିବା ପରେ ପୁର୍ନବାର ସିଂହଦ୍ଵାର ବାହାରକୁ ଆସି ଉଡିଥିଲା ଡ୍ରୋନ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତବର୍ଷ ଜଣେ ୟୁଟ୍ୟୁବର୍ ଡ୍ରୋନ୍ ଉଡ଼ାଇ ଭିଡିଓ ଫଟୋ ଉତ୍ତୋଳନ କଲା ବେଳେ ହୋଇଥିଲା ତୁମ୍ବି ତୋଫାନ। ତାଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା ।