ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ:ସାଂସଦ ବିଭୁ ତରାଇ
·1 year ago·1 min read

ଅର୍ଗସ ବ୍ୟୁରୋ:ଓଡ଼ିଶାକୁ ଫେରିବ କି ପୋସ୍କୋ । JSW ସହ ମିଶି ପୋସ୍କୋ ବୃହତ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି। ଏନେଇ ଜଗତସିଂପୁର ସାଂସଦ ବିଭୁ ତରାଇ କହିଛନ୍ତି, ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି । ପ୍ରଧାନମନ୍ତ୍ରୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି। ପୁର୍ବରୁ ପୋସ୍କୋ କେବଳ ଜମି ଅଧିଗ୍ରହଣ ସମସ୍ୟା ନୁହେଁ ଆନ୍ତର୍ଜାତୀୟ ବଜାରରେ ଷ୍ଟିଲର ଚାହିଦା କମ କାରଣରୁ ଓଡ଼ିଶାରୁ ଓହରି ଯାଇଥିଲା ପୋସ୍କୋ। ଏବେ କିନ୍ତୁ ସେ ସମସ୍ୟା ନାହିଁ କି ଜମିର ବି କୌଣସି ସମସ୍ୟା ନାହିଁ। ଅଧିକ ଶିଳ୍ପ ଆସିଲେ ରାଜ୍ୟରେ ଅର୍ଥ ନୈତିକ ଅଭିବୃଦ୍ଧି ହେବ। ପୋସ୍କୋ ପ୍ରକଳ୍ପ ସ୍ଥାପନ କଲେ ଆମେ ସବୁ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବୁ ବୋଲି କହିଛନ୍ତି ସାଂସଦ ବିଭୁ ତରାଇ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: