Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chit Fund / RIଙ୍କୁ ଯୋଗାଯୋଗ କଲେ ୧୫ ଦିନରେ ମିଳିବ ଟଙ୍କା !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
RIଙ୍କୁ ଯୋଗାଯୋଗ କଲେ ୧୫ ଦିନରେ ମିଳିବ ଟଙ୍କା !
CM Mohan Majhi

Key Points

ଚିଟ୍ ଫଣ୍ଡ ଜମାକାରୀଙ୍କ ପାଇଁ ବଢ଼ିଲା ଆଶା ।
ବିଜ୍ଞାପନ ପରେ ଜମାକାରୀଙ୍କ ମନରେ ଜାଗିଛି ଆଶା ।

ଚିଟ୍‌ଫଣ୍ଡରେ ଟଙ୍କା ହରାଇଛନ୍ତି କି ? ଶୀଘ୍ର କରନ୍ତୁ ଆବେଦନ । ଟଙ୍କା ଫେରାଇବେ ସରକାର । କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭାବେ ଟଙ୍କା ଫେରାଇବା ପାଇଁ ଅର୍ଥ ବିଭାଗ ପ୍ରକାଶ କରିଛି ବିଜ୍ଞାପନ । ବିଜ୍ଞାପନରେ କୁହାଯାଇଛି ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଯେଉଁ ମାନଙ୍କର ଜମାରାଶି 10 ହଜାର ପର୍ଯ୍ୟନ୍ତ ରହିଛି ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର କ୍ଷତିଗ୍ରସ୍ତ ଜମାକାରୀ 8 ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା ରଖିଥିଲେ ଫରସ୍ତ ପାଇବେ।

ସମସ୍ତ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇ ନଥିବା ଜମାକାରୀ ମାନଙ୍କର ସମ୍ପୂର୍ଣ ତାଲିକା ଉପଲବ୍ଧ ରହିଛି । ଦ୍ବନ୍ଦ୍ୱରେ ଥିବା ଆବେଦନକାରୀ ସେମାନଙ୍କ ଆବେଦନର ଷ୍ଟାଟସ୍ ଯାଞ୍ଚ କରିପାରିବେ। ଜମାକାରୀମାନେ ପରିଚୟ ପତ୍ର, ମୂଳ ଜମା ରସିଦ ଏବଂ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସହିତ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ପାଖରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ଜମା ଟଙ୍କା ଫେରି ପାଇପାରିବେ ।

ବିଜ୍ଞାପନ ପରେ ଜମାକାରୀଙ୍କ ମନରେ ଜାଗିଛି ଆଶା । ତେବେ କେବଳ କ୍ଷୁଦ୍ର ଜମାକାରୀ ନୁହେଁ ସବୁ ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ସରକାର ଶୀଘ୍ର ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛି ଜମାକାରୀ ମିଳିତ ମଞ୍ଚ ।

ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ ଗତ ୧୪ ମାସ ମଧ୍ୟରେ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା ଫେରସ୍ତ କରିଛନ୍ତି ରାଜ୍ୟ ସରକାର । ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏହି ଟଙ୍କା ଫେରସ୍ତ ହୋଇଛି । ପୂର୍ବ ସରକାର ସମୟରେ କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍‌ ପାଣ୍ଠି ଗଠନ କରାଯାଇଥିଲା । ଏଥିରୁ ୯୬ ହଜାର ୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଥିଲା। ଅର୍ଥନୈତିକ ଅପରାଧ ଶାଖାର ତଥ୍ୟ କହୁଛି ରାଜ୍ୟରେ ୨୪ ଲକ୍ଷ ୭୫ ହଜାର ଜମାକାରୀଙ୍କ ୬୮୬୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଚିଟଫଣ୍ଡ ସଂସ୍ଥା । ତେବେ ସବୁ କ୍ଷତିଗ୍ରସ୍ତ କେବେ ଟଙ୍କା ପାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chit Fund | If you contact RI, you will get your lost chitfund money in 15 days! | Argus News