Radhapada Darshan / ରାଧାପାଦ ଦର୍ଶନ କରିବାକୁ ଯାଉଥିଲେ, ଜାଣିରଖନ୍ତୁ ଏହି ଟ୍ରାଫିକ୍ ରୁଲ୍

Key Points
ରାଧାପାଦ ଦର୍ଶନ ପାଇଁ ଟ୍ରାଫିକ ପରାମର୍ଶ ଜାରି କଲା ପୁରୀ ପୋଲିସ । ଶୁକ୍ରବାର ଅଁଳା ନବମୀ ପାଇଁ ଜାରି ହୋଇଛି ଟ୍ରାଫିକ୍ ଆଡଭାଇଜରୀ । ରାଧାପାଦ ଦର୍ଶନ କରିବାକୁ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୁଟ ଚାର୍ଟ ଓ ପାର୍କିଂ ନିଦେର୍ଶାବଳୀ ଜାରି ହୋଇଛି । ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକାଯାନ କଲେଜ ଛକ ଦେଇ କୋଠଉପର, BSNL ପଡ଼ିଆରେ ଗାଡି ପାର୍କିଂ କରିବେ ଏବଂ ସମାନ ମାର୍ଗ ଦେଇ ଫେରିବେ।
ସାକ୍ଷୀଗୋପାଳ ବଜାର ଦେଇ ଆସୁଥିବା ସମସ୍ତ ହାଲୁକା ଯାନ ରେଲଓ୍ବେ ଲେଭଲ କ୍ରସିଂ ପାଖରେ ପାର୍କିଙ୍ଗି କରିବେ ଏବଂ NH୩୧୬ ଦେଇ ଫେରିବେ। ଏହି କଟକଣା ଆଜି ରାତ୍ରି ୧୨ଟାରୁ ନଭେମ୍ବର ୧ ଦର୍ଶନ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ। ସହାୟତା ପାଇଁ ଏହାସହିତ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ହୋଇଛି।
ତେବେ ପବିତ୍ର ଅଁଳା ନବମୀରେ ଓଡ଼ିଆଣି ବେଶରେ ଦର୍ଶନ ଦେବେ ମା' ରାଧାରାଣୀ । ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିରରେ ହେବ ରାଧାପାଦ ଦର୍ଶନ । ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗୁରୁବାର ରାତି ଗୋଟାଏରୁ ମନ୍ଦିର ଦ୍ବାର ଫିଟା ନୀତି । ଶୁକ୍ରବାର ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ।
ପାଦ ପଦ୍ମ ଜୁଗଳ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବେ ଲକ୍ଷାଧିକ ଭକ୍ତ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବବୀ ତିଥିରେ ପଡୁଛି ଅଁଳା ନବମୀ । ଅକ୍ଟୋବର ୩୧ ତାରଖ ଅର୍ଥାତ୍ ଶୁକ୍ରବାର ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦୀରରେ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ଶ୍ରୀକୃଷ୍ଣ ଏବଂ କାଣିଆଁ କଛା ମାରି ପାଟ ବସ୍ତ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ ମା' ରାଧାରାଣୀ। ବର୍ଷକୁ ଗୋଟିଏ ଦିନ ମା'ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ଭକ୍ତଗଣ । ଅଁଳା ନବମୀ ପାଇଁ ସଜେଇ ହେଉଛି ସାକ୍ଷୀଗୋପାଳ । ଏଥର ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି ।
ରାଧା ପାଦ ଦର୍ଶନ ପାଇଁ ରାତି ଗୋଟାଏରେ ମନ୍ଦିର ଦ୍ବାରା ଫିଟା ନୀତି, ୧.୩୦ରେ ମଙ୍ଗଳ ଆଳତୀ । ତା'ପରେ ବେଶ, ମଇଲମ ନୀତି ରାତି ୩ଟା ମଧ୍ୟରେ ଶେଷ ହେବ। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସକାଳ ଧୂପ, ବାଳ ଭୋଗ ନୀତି ୩.୩୦ରେ ସମାପନ ହୋଇ ଭୋର ୫ଟାରୁ ସର୍ବସାଧାରଣ ସାହଣ ମେଲା ଦର୍ଶନ ଆରମ୍ଭ ହେବ। ଏହା ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଚାଲିବ ।
ପରବର୍ତ୍ତୀ ଦର୍ଶନ ସଂଧ୍ୟା ୬ଟାରୁ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ଶୈାଚାଳୟ ବ୍ୟବସ୍ଥା ବି ହୋଇଛି। ଗାଡି ପାର୍କିଂ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ସ୍ଥାନୀୟ ବିଧାୟକ ବାରମ୍ବାର ପରିଦର୍ଶନ କରି ପ୍ରସ୍ତୁତି ତଦାରଖ କରିଛନ୍ତି। ଚଳିତ ବର୍ଷ ହଲୋ ଗ୍ରାମ ଷ୍ଟିକର ପାସ୍ ବ୍ୟବସ୍ଥା କରିଛି ପ୍ରଶାସନ ।
📱 Get Argus News App
✨Related Topics
Explore more stories