Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଜିଲ୍ଲାରେ ଉପେକ୍ଷିତ ହେଲେ କବିବର 

Odisha

ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଜିଲ୍ଲାରେ ଉପେକ୍ଷିତ ହେଲେ କବିବର 

Manini Pattanayak
Browse all articles by Manini Pattanayak
·2 years ago·2 min read
ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଜିଲ୍ଲାରେ ଉପେକ୍ଷିତ ହେଲେ କବିବର 

ବାଲେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ  କବିବର ରାଧାନାଥ ରାୟଙ୍କୁ ଉପେକ୍ଷା ।   ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ମାନଚିତ୍ରରେ ରାଧାନାଥ ରାୟଙ୍କ ଫଟୋ ରଖିଲେନି ରାଜ୍ୟ ସଂସ୍କୃତି ମନ୍ତ୍ରୀ। ଏହି ମାନଚିତ୍ରରେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରିଥିବା ସାହିତ୍ୟ ସାଧକମାନଙ୍କ ମଧ୍ୟରେ ଫକିରମୋହନ, ବୈକୁଣ୍ଠନାଥଙ୍କ ଫଟୋଚିତ୍ର ଏଥିରେ ରହିଥିବା ବେଳେ ରାଧାନାଥଙ୍କୁ ଉପେକ୍ଷା କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା  ସାହିତ୍ୟରଥି ବରପୁତ୍ରମାନଙ୍କର ଫଟୋଚିତ୍ର ସ୍ଥାନିତ  କରାଯାଇଛି କିନ୍ତୁ  ଆଧୁନିକ ସାହିତ୍ୟ ର ବିନ୍ଧାଣି କବିବର ରାଧାନାଥ ରାୟଙ୍କ ଫଟୋଚିତ୍ରକୁ ଏଥିରୁ ବାଦ ଦିଆଯିବା କୁ ନେଇ ଜନ୍ମ ମାଟି ସୋର କେଦାରପୁରରୁ ଉଠିଛି ପ୍ରତବାଦ ର ସ୍ୱର। 

ଓଡ଼ିଆକୁ ସ୍ୱତନ୍ତ୍ର ଭାଷାର ମାନ୍ୟତା ଦେବା ପାଇଁ ବାଲେଶ୍ୱର ମାଟିରୁ ଯେଉଁ କେତେଜଣ କଲମ ଧରିଥିଲେ, ସେମାନେ ହେଲେ ଫକିରମୋହନ, ରାଧାନାଥ ରାୟ ଏବଂ ମଧୁସୂଦନ ରାଓ । ଭାଷା ଆନ୍ଦୋଳନର ପାଇଁ ଗଠିତ ଉତ୍କଳ ସମ୍ମଳିନୀରେ ମଧ୍ୟ ସେ ଥିଲେ ଅନ୍ୟତମ କର୍ଣ୍ଣଧାର । କିନ୍ତୁ ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଧାନାଥ କୁ ଉପେକ୍ଷା କରାଯାଇଛି l ଖୋଦ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଜିଲ୍ଲାରେ ଉପେକ୍ଷିତ ହେଲେ  ଓଡ଼ିଆ ଭାଷା ବିନ୍ଧାଣି l  ସଂସ୍କୃତି ବିଭାଗ ତରଫରୁ ପ୍ରଦର୍ଶିତ ଉକ୍ତ ଫଟୋଚିତ୍ରରେ ରାଧାନାଥଙ୍କ ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରାଯାଇଛି  ଏହାର ବିରୋଧରେ ସୋରରେ  ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।  ପ୍ରତିବାଦରେ ରାଧାନାଥ ପାଠାଗାର, ସୋର, କେଦାରପୁରର କବିବର ରାଧାନାଥ ସ୍କୃତି ସଂସଦ ସହ ବହୁ ସଂଗଠନ ଓ ବ୍ୟକ୍ତି ମାନେ ପ୍ରତିବାଦ କରିଛନ୍ତି । ତୁରନ୍ତ ଏହି ମାନଚିତ୍ରରେ ରାଧାନାଥଙ୍କ ଫଟୋଚିତ୍ର ସ୍ଥାନିତ ନ ହେଲେ ଆନ୍ଦୋଳନର ଚେତାବନି ଦେଇଛନ୍ତି ସୋର ର ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ସୋର ବାସୀ ।
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ignore Poet Radhanath Ray at the World odisha Language Conference | Argus News