ଓବିସିଙ୍କୁ ଅଣେଦେଖା କରିବା ବିଜେଡିକୁ ପଡ଼ିଲା ମହଙ୍ଗା

Key Points
ବିଜେଡିର ଓ ଵି ସି ଆନ୍ଦୋଳନରେ ରାଜାଙ୍କ ବିସ୍ଫୋରଣ
ବିଜେଡି ସରକାରର ଓବିସି ପ୍ରୀତିର ଗୁମର ଖୋଲିଲେ ରାଜା
ଓବିସିଙ୍କୁ ଅଣଦେଖା କରିବାରୁ ହାରିଛି ବଜେଡି
ଓବିସି ଅଣଦେଖା। 24 ବର୍ଷର ପଟ୍ଟନାୟକ ରାଜ୍, ଓବିସିଙ୍କ ସ୍ବାର୍ଥ ହେଲା ଅଣଦେଖା । ବିଜେପି ଆସିଲା ମେଡିକାଲ, ଇଂଜିନିୟରିଂ ସମେତ ସବୁ ଶିକ୍ଷାନୁଷ୍ଠାନରେ ଓବିସି ସରଂକ୍ଷଣ ହେବାକୁ ଯାଉଛି ସତ । ଓବିସି ସ୍ବାର୍ଥ ସ୍ଲୋଗାନ ସହ ରାଜରାସ୍ତାରେ କଂଗ୍ରେସ। ୫୪ ପ୍ରତିଶତ ଜନତାଙ୍କ ଭୋଟ ର ମୋହ । ବସ୍ ଫେଲ୍ ହେବା ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି କି ବିଜେଡି ! ଓବିସି ପ୍ରସଙ୍ଗକୁ ମିସ୍ ହ୍ୟାଣ୍ଡେଲ କରିବା ଯୋଗୁ କ୍ଷମତାଚ୍ୟୁତ ହେଲା କି ଦଳ ! ବଜେଡିର ଓବିସି ଆନ୍ଦୋଳନ ବେଳେ ଏ ପ୍ରଶ୍ନର ଜବାବ ଦେଇଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଉଚ୍ଚଶିକ୍ଷା ସହ ବୈଷୟିକ ଶିକ୍ଷା ରେ 27 ପ୍ରତିଶତ ସଂରକ୍ଷଣ ଦାବୀ କରି ରାଜଭବନ ଆଗରେ ଧାରଣା ଦେଇଥିଲେ ବିଜେଡିର ନେତା ଓ କର୍ମୀ। ହେଲେ ଭାଷଣ ଦେବା ବେଳେ ନିଜ ସରକାରର ବେଳେ ଓ ବିସି ଙ୍କ ପ୍ରତି ଥିବା ଆନ୍ତରିକତାକୁ ପଦାରେ ପକେଇ ଦେଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସାରା ଭାରତରେ ସାମାଜିକ ନ୍ୟାୟର ଲଢେଇ ଚାଲିଲା ବେଳେ ଆମେ ଟିକେ ଦ୍ଵନ୍ଦ ଭିତରେ ରହି ଯାଇଥିଲୁ। ଏପରିକି ଓବିସି କମିଶନ ଗଠନ କରିଥିଲେଵି ଆମ ମେଥୋଡୋଲୋଜି ଭୁଲ ଅଛି ବୋଲି ପୂର୍ବରୁ ବବି ଙ୍କୁ କହିଥିଲି ବୋଲି କହିଛନ୍ତି ରାଜା।
ସେପଟେ ଓବିସି ଙ୍କୁ କେତେ ପ୍ରତିଶତ ସଂରକ୍ଷଣ ଦିଆଯିବ ତାକୁ ନେଇ ଵି ବିଜେଡି ନେତା ଙ୍କ ଭିତରେ ରଖିଛି ଦ୍ଵନ୍ଦ । ୨୫ ବର୍ଷ ଧରି ଓଡିଶା ରେ ଥିଲା ପଟ୍ଟନାୟକ ରାଜ ହେଲେ ଓଡ଼ିଶାରେ ଲାଗୁ ହୋଇ ନ ଥିଲା ସଂରକ୍ଷଣ ଏବେ ବିଜେପି ସରକାର ଉଚ୍ଚ ଶିକ୍ଷା ରେ ଓ ଵି ସି ପାଇଁ 11.25 ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପରେ ଆରମ୍ଭ ହୋଇଛି ରାଜନୀତି ସରକାର ଙ୍କ ନିଷ୍ପତି କୁ ବିରୋଧ କରି ବିଜେଡି ରାଜ୍ୟପାଳ କୁ ଦାବୀ ପତ୍ର ଦେଇଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଆଗରେ ଧାରଣା ଦେବ କଂଗ୍ରେସ। ତେବେ ବିରୋଧୀଙ୍କ ଆନ୍ଦୋଳନକୁ ଲୋକ ଦେଖାଣିଆ କହିବା ସହ ବିରୋଧୀଙ୍କୁ କଡା କାଉଣ୍ଟର କରିଛି ବିଜେପି ।
ପଛୁଆ ବର୍ଗ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ର ରେ ସଂରକ୍ଷଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ 3 ଥର ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. ହେଲେ କୋର୍ଟ ଓ ସର୍ଭେ ବାହାନା କରି ଭୁଆଁ ବୁଲାଇ ଥିଲା ବିଜେଡି। ଏମିତିକି ଓଡିଶା ବିଶେଷ କ୍ଷେତ୍ରରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରେ ଜବାବ ଦାଖଲ କରି ନଥିଲେ ବିଜେଡି ସରକାର 2017ରେ ଏସଏଲପି ଫାଇଲ କରି ଓକିଲ ଦେଇ ନ ଥିଲେ ଚିଟଫଣ୍ଡ, ଖଣି ଓ ରଥଯାତ୍ରା ବନ୍ଦ ପାଇଁ ବଡ ଓକିଲ ଦେଇଥିବା ବେଳେ 54 ପ୍ରତିଶତ ଲୋକଙ୍କ ହକ ପାଇଁ ଓକିଲ ନ ଦେଇ ଏବେ କ୍ଷମତା ଗଲା ପରେ ଆନ୍ଦୋଳନକୁ ନାପସନ୍ଦ କରୁଛନ୍ତି ବୁଦ୍ଦିଜୀବି... ପ୍ରଶ୍ନ ବିଜେପିର ଓବିସି ସ୍ବାର୍ଥର ବଡ ଯୋଜନା ସାମନାରେ ତିଷ୍ଠି ପାରିବେ କି ବିଜେଡି- କଂଗ୍ରେସ ?