Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IIM ସମ୍ବଲପୁରରକୁ ସବୁଜ ବନାଞ୍ଚଳ ଭାବେ ବିକଶିତ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

Smruti Parija
Browse all articles by Smruti Parija
·1 year ago·3 min read
IIM ସମ୍ବଲପୁରରକୁ ସବୁଜ ବନାଞ୍ଚଳ ଭାବେ ବିକଶିତ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

Key Points

• "ସକ୍ଷମ୍ - ବୃତ୍ତିଗତଙ୍କୁ ସଶକ୍ତ କରିବା, ପ୍ରଗତିକୁ ସକ୍ଷମ କରିବା" କଥାବସ୍ତୁ ଉପରେ ମତ ରଖିଲେ
• ଆଇଡ଼ିଆରୁ ଇନୋଭେସନ, ଇନୋଭେସନରୁ ଟେକ୍ନୋଲୋଜି ଏବଂ ପୁଣି ଟେକ୍ନୋଲୋଜିରୁ ସ୍କେଲ ଅପ୍ କରିବା ଆମର ପ୍ରାଥମିକତା ହେବା ଦରକାର
• ସମ୍ବଲପୁରକୁ ଏକ ଷ୍ଟାର୍ଟଅପର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ଅଛି
• ଆମର ଯୁବଶକ୍ତି ୨.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପରୁ ପ୍ରାୟ ୪୦ ଲକ୍ଷ କୋଟି ମୂଲ୍ୟର ତଥା ୭ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି
• ଯୁବବର୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ନୂଆ ସୁଯୋଗ ଏବଂ ସମାନ ମଞ୍ଚ ପ୍ରସ୍ତୁତ କରିବା
• ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଦେଶର ଓ୍ୱେଲଥ୍ କ୍ରିଏଟରଙ୍କୁ ସଠିକ୍ ସମ୍ମାନ ଦେଇଛନ୍ତି
• ୨୦୩୬ ସୁଦ୍ଧା ଓଡିଶାରେ ୧୦୦ କ୍ୟୁବର ଲକ୍ଷ୍ୟ, ପ୍ରତ୍ୟେକ ଷ୍ଟାର୍ଟଅପର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା କରିବାର ଯୋଜନା
• ଆଇଆଇଏମ ସମ୍ବଲପୁରରକୁ ସବୁଜ ବନାଞ୍ଚଳ ଭାବରେ ବିକଶିତ କରିବା ପାଇଁ ପରାମର୍ଶ

ଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମୁଦାୟ ବୃଦ୍ଧି ପାଇଲେ ବ୍ୟବସାୟ ବୃଦ୍ଧି ପାଇବ । ଏହି କମ୍ୟୁନିଟିର ବନ୍ଧୁମାନେ କୃଷି ଉତ୍ପାଦ ସଂଗଠନ ତଥା ଏଫପିଓ, ଷ୍ଟ୍ରିଟ୍ ଭେଣ୍ଡର ବା ଉଠା ବ୍ୟବସାୟୀ ଏବଂ ଲକ୍ଷପତି ଦିଦି ଭଳି ବିଷୟ ସହ ଯୋଡିହେବା ଦରକାର । ଏହିଭଳି ବ୍ୟବସାୟକୁ ସହଯୋଗ କରିବା ଦରକାର । ସେମାନଙ୍କ ଆର୍ଥିକ ବ୍ୟବସ୍ଥା ବଢିଲେ ହିଁ ଆମର ବ୍ୟବସାୟରେ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଶନିବାର ଆଇଆଇଏମ ସମ୍ବଲପୁରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଉପ-ଆଞ୍ଚଳିକ ସମ୍ମିଳନୀ 'ସକ୍ଷମ-୨୦୨୫'ର ଉଦଘାଟନୀ ଅଧିବେଶନରେ ଯୋଗଦେଇ ସିଏ ସମୁଦାୟକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ନିଆରା କର୍ମଶାଳାରେ ସାରା ଦେଶରୁ ଯୋଗଦେଇଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ପ୍ରଧାନ । "ସକ୍ଷମ୍ - ବୃତ୍ତିଗତଙ୍କୁ ସଶକ୍ତ କରିବା, ପ୍ରଗତିକୁ ସକ୍ଷମ କରିବା"କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କର ଯୋଗଦାନ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିଛି । ଆଗାମୀ ଦିନମାନଙ୍କରେ ଏହି କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ ହେବ ।

ବିଶ୍ୱରେ ଭାରତର ପରିଚୟ ବଢିବ । ଭାରତର ଏହି ଯାତ୍ରାରେ ଆମର ସିଏ ସମ୍ପ୍ରଦାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଦେଶର ଓ୍ୱେଲଥ୍ କ୍ରିଏଟରଙ୍କୁ ସଠିକ୍ ସମ୍ମାନ ଦେଇଛନ୍ତି, ଯେଉଁଥିରେ ଆମର ଚାଟାର୍ଡ୍ ଆକାଉଣ୍ଟାଣ୍ଟ୍ ଏକ କାଟାଲିଷ୍ଟ୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେ ୨୦୩୬ ସୁଦ୍ଧା ଓଡିଶାରେ ୧୦୦ କ୍ୟୁବର ଲକ୍ଷ୍ୟ ରଖିଛୁ, ଯେଉଁଥିରେ ପ୍ରତ୍ୟେକ ଷ୍ଟାର୍ଟଅପର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା କରିବାର ଯୋଜନା କରିଛୁ । ଏଥିପାଇଁ ଆମକୁ ଏକ ସକ୍ଷମ ଇକୋସିଷ୍ଟମ ଏବଂ ଉଦ୍ୟମିତା ବାତାବରଣ ବଢାଇବାକୁ ହେବ । ଆଇଡ଼ିଆରୁ ଇନୋଭେସନ, ଇନୋଭେସନରୁ ଟେକ୍ନୋଲୋଜି ଏବଂ ପୁଣି ଟେକ୍ନୋଲୋଜିୀରୁ ସ୍କେଲ ଅପ୍ କରିବା ଆମର ପ୍ରାଥମିକତା ହେବା ଦରକାର ।


ଆଜି ସମଗ୍ର ଦେଶରେ ଆମର ଯୁବଶକ୍ତି ୨.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପରୁ ପ୍ରାୟ ୪୦ ଲକ୍ଷ କୋଟି ମୂଲ୍ୟର ତଥା ୭ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି । ଆମର ଯୁବବର୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ନୂଆ ସୁଯୋଗ ଏବଂ ସାମାନ ମଞ୍ଚ ପ୍ରସ୍ତୁତ କରିବାକୁ ହେବ । ପୁରାତନ ବ୍ୟବସାୟକୁ ସମର୍ଥନ ଦେବା ସହିତ ନୂଆ ନୂଆ ବ୍ୟବସାୟକୁ ମଧ୍ୟ ଆଗକୁ ନେବାକୁ ହେବ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଅପାର ସମ୍ଭାବନା ରହିଥିବା ବେଳେ ତାହାର କେନ୍ଦ୍ରବିନ୍ଦୁରେ ସମ୍ବଲପୁର ରହିଛି । ସମ୍ବଲପୁରକୁ ଏକ ଷ୍ଟାର୍ଟଅପର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ଅଛି । ଏଠାରେ ଟେକ୍ସଟାଇଲ, ଗାରମେଣ୍ଟ, କୃଷି-ଉତ୍ପାଦ ଓ ଡିଜିଟାଲ ପ୍ରକଳ୍ପ ଭଳି ଅନେକ କ୍ଷେଚ୍କକେ ସୁଯୋଗ ରହିଛି । ଆମର ସିଏ କମ୍ୟୁନିଟି ଏହି ସୁଯୋଗଗୁଡିକୁ ଚିହ୍ନଟ କରିପାରିଲେ ହିଁ ଆମର ଯୁବବର୍ଗ ଏବଂ ନିବେଶକମାନେ ଉପଯୁକ୍ତ ହୋଇପାରିବେ । ଏହି କର୍ମଶାଳା ଆଇସିଏଆଇକୁ ସ୍ଥାନୀୟ ପ୍ରତିଭାଶାଳୀ ଯୁବବର୍ଗ ଏବଂ ପ୍ରତିଭାଙ୍କୁ ଖୋଜିବାରେ ସହାୟକ ହେବ ।

ଧର୍ମେନ୍ଦ୍ର ପ୍ରଧାନ ଆଇଆଇଏମ ସମ୍ବଲପୁରରକୁ ଆସନ୍ତା ୫ ବର୍ଷରେ ଏକ ସବୁଜ ବନାଞ୍ଚଳ ଭାବରେ ବିକଶିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବର୍ତ୍ତମାନ ସମୟରୁ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ଉପରେ ସଠିକ୍ ପଦକ୍ଷେପ ନେବାକୁ ହେବ । ଆମେ ସମ୍ବଲପୁରକୁ ଏକ ସ୍ଥାୟୀ, ସବୁଜ ଓ ସ୍ୱଚ୍ଚ ସହର ବନାଇବା ଦରକାର ଏବଂ ଏହାର ଆରମ୍ଭ ଛୋଟ-ଛୋଟ ପଦକ୍ଷେପ ଦ୍ୱାରା ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Sponsored
iim-sambalpur-union-minister-dharmendra-pradhan-at-icais-sub-regional-conference-sakhyam-2025 | Argus News