Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଇଆଇଏମସି ଆଲୁମିନିର ବାର୍ଷିକ ବୈଠକ ଅନୁଷ୍ଠିତ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଆଇଆଇଏମସି ଆଲୁମିନିର ବାର୍ଷିକ ବୈଠକ ଅନୁଷ୍ଠିତ

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ ଆଲୁମିନି ଅସୋସିଏସନ ( IIMCAA) ପକ୍ଷରୁ ଭୁବେନଶ୍ବରରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ସଂଯୋଗ ବୈଠକ ବା ୧୩ ତମ କନେକ୍ସନସ ୨୦୨୫ ।


ଏହି ଅବସରରେ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି ଆଇଆଇଏମସି ଓ ଆଲୁମିନି ଆସୋସିଏସନ, ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁବେଳେ ସହଯୋଗ କରିବା ଉଚିତ୍। ସେ ଆଲୋଚନାରେ କେନ୍ଦ୍ରୀୟ କମିଟି ଏବଂ ଆଞ୍ଚଳିକ କେନ୍ଦ୍ର ମଧ୍ୟରେ ସମନ୍ବୟକୁ ଅଧିକ ଗୁରୁତ୍ବ ଦେଇଥିଲେ। ଚଳିତ ବର୍ଷ ସାମ୍ବାଦିକ ପାଠ୍ୟକ୍ରମର ରୌପ୍ୟ ଜୟନ୍ତୀ ପାଳନ ହେଉଥିବାରୁ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଏଥିରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେବାକୁ ସେ ନିବେଦନ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟବକ୍ତାମାନେ କହିଛନ୍ତି IIMC କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ ଜୀବନ ପାଇଁ ଏକ ମାର୍ଗଦର୍ଶନ। ତେଣୁ IIMC ର ଆଗାମୀ ସଫଳତା ଓ ସମୃଦ୍ଧି ପାଇଁ ପୁରାତନ ଛାତ୍ର ସଂଘର ସହଯୋଗ ନିହାତି ଆବଶ୍ୟକ। ପୁରାତନ ଛାତ୍ରଙ୍କ ସଫଳତା ପାଇଁ ଆଜି IIMC ଦେଶର ପ୍ରମୁଖ ମିଡିଆ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରତିଷ୍ଠାନର ସ୍ଥିତିକୁ ସବୁଠୁ ଆଗରେ ରଖିଛି। ଓଡ଼ିଶା ଚାପ୍ଟରର ସଭାପତି ସନ୍ଦୀପ ସେଠୀ କେନ୍ଦ୍ରୀୟ କମିଟି ଓଡ଼ିଶା ଚାପ୍ଟରର କାର୍ଯ୍ୟକଳାପକୁ ସୁଗମ କରିବାକୁ ସମସ୍ତ ସହଯୋଗ କରିବାକୁ ଅନୁରୋଧ କରିଥିଲେ।


କାର୍ଯ୍ୟକ୍ରମରେ ଅତିଥିଭାବେ ଉପସ୍ଥିତ ଥିଲେ ପୂର୍ବତନ IIMC ନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ବିରାଜ ସ୍ୱାଇଁଙ୍କ ସମେତ ପ୍ରଭାତ ଉପାଧ୍ୟାୟ, ରମଶ ଚନ୍ଦ୍ର, ରାଜେଶ କୁମାର, ନୀରଜ ବାଜପେୟୀ, ପ୍ରଭାତ ପାଣ୍ଡେ, ରିତେଶ ଭର୍ମା, ଅନିମେଶ ବିଶ୍ୱାସ, ଅତୁଲ ଗୁପ୍ତା ଏବଂ କେନ୍ଦ୍ରୀୟ ଓଡ଼ିଶା ଚାପ୍ଟରର ପ୍ରତିନିଧିମାନେ। ଓଡ଼ିଶା ଚାପ୍ଟରର ସଭାପତି ସନ୍ଦୀପ ସେଠୀ, ଉପାଧ୍ୟକ୍ଷ ସଙ୍ଗୀତା ଅଗ୍ରୱାଲ, ବ୍ୟୋମାକେଶ ବିଶ୍ୱାଲ ଏବଂ ଓଡ଼ିଶାର ପ୍ରମୁଖ ପୂର୍ବତନ ଛାତ୍ର ଜଜାତି କରଣ, ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ IIMC ଢେଙ୍କାନାଳର ରୌପ୍ୟ ଜୟନ୍ତୀ ବ୍ୟାଚର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏଥିରେ ୧୯୩ ରୁ ୨୦୨୫ ମଧ୍ୟରେ ପାଠ ପଢିଥିବା ପ୍ରାୟ ୧୩୦ ରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Sponsored
IIMC and IIMCAA Alumni Annual Meet held | Argus News