Videos
|
Odisha

ଝାରସୁଗୁଡା ଭେଡେନ ନଦୀପଠାରେ ବେଦାନ୍ତର ବେଆଇନ ପାଉଁଶ ପୋଖରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଝାରସୁଗୁଡା ଭେଡେନ ନଦୀପଠାରେ ବେଦାନ୍ତର ବେଆଇନ ପାଉଁଶ ପୋଖରୀ

Key Points

  • ଝାରସୁଗୁଡା ଭେଡେନ ନଦୀପଠାରେ ବେଦାନ୍ତର ବେଆଇନ ପାଉଁଶ ପୋଖରୀ
  • ନଦୀକୂଳରେ ବେଦାନ୍ତର ବିଷାକ୍ତ ପାଉଁଶର କୃତ୍ରିମ ପାହାଡ
  • ଲାଞ୍ଜିଗଡର 6ଟି ପଞ୍ଚାୟତରେ ବେଦାନ୍ତର ବିଷାକ୍ତ ଡଷ୍ଟ
  • ବଢୁଛି ବାୟୁ ପ୍ରଦୂଷଣ, ଜନ ଜୀବନ ଅସ୍ତବ୍ୟସ୍ତ
  • ପ୍ରଦୂଷଣ ବୋର୍ଡର ନୀତି ନିୟମର ଖୋଲା ଉଲ୍ଲଙ୍ଘନ କରୁଛି ବେଦାନ୍ତ
  • କେବେ ହେବ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ: ଝାରଶୁଗୁଡାର ଭେ଼ଡେନ ନଦୀକୂଳର ଇଏ ହେଉଛି ଦୃଶ୍ୟ । ବେଆଇନ ଭାବେ ପାଉଁଶ ଗଦା କରିଚାଲିଛି ବେଦାନ୍ତ । ସବୁ ଆଇନ କୁ ଉଲ୍ଲଘଂନ କରି ନଦୀ ପଠାରେ ତିଆରି କରିଛି ପାଉଁଶ ପୋଖରୀ। ନଦୀ ପ୍ରଦୁଷିତ ହେବାରେ ଲାଗିଛି।ଯଦି । ଏପରି ଚାଲେ ଅଳ୍ପ କିଛି ଦିନ ଭିତରେ ପୋତି ହୋଇଯିବା ଆଶଙ୍କାରେ ଭେଡେନ ନଦୀ । ବେଆଇନ ପାଉଁଶ ପରିଚାଳନା ନେଇ ରାଜ୍ୟ ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡ ବେଦାନ୍ତ କମ୍ପାନୀ ଉପରେ ଏହିବର୍ଷ ଅଗଷ୍ଟ 7 ତାରିଖରେ 71 କୋଟି ଟଙ୍କା ଫାଇନ କରିଥିଲା । ହେଲେ ଫାଇନ ଟଙ୍କା ଜମିକରିନି ବେଦାନ୍ତ । ନୁଷ୍ୟକୃତ୍ୟ କୁତ୍ରିମ ବେଆଇନ ପାଉଁଶ ପାହାଡ଼ । ଝାରସୁଗୁଡାର  ୮ଟି ସ୍ଥାନ ଖେରୁଆଲ, ପାଣ୍ଡରିପଥର, SH10 ରେ ୧ ଲକ୍ଷ ୮୯ ହଜାର ଟନ ପାଉଁଶ ପକାଯାଇଛି । ପ୍ରଦୂଷଣ ବିଭାଗ ଆକଳନ କରି ୧୮ କୋଟି ୯୪ ଲକ୍ଷ ୨୮ ହଜାର ଟଙ୍କା ଜରିମାନା କରିଛି । 

 ରାଜ୍ୟ ପ୍ରଦୁଷଣ ବିଭାଗର ନିୟମ ଅନୁ୍‌ଯାୟୀ ନଦୀ ପଠାରେ ପାଉଁଶ ପୋଖରୀ ତିଆରି କରାଯାଇ ପାରିବ ନାହିଁ କିମ୍ବା ପାଉଁଶ ପକାଯାଇପାରିବ ନାହିଁ । ବେଦାନ୍ତ କମ୍ପାନୀ ଏତେ ଦିନ ଧରି ବେଆଇନ ଭାବରେ ପାଉଁଶ ପକାଇଲା କେମିତି । ଲଖନପୁର ବ୍ଲକ ଅମ୍ବାପାଲି ପରିତ୍ୟକ୍ତ ପଥର ଖାଦାନରେ ପଡିଛି ବେଦାନ୍ତ କମ୍ପାନିର ବିଷାକ୍ତ ପାଉଁଶ । ବେଦାନ୍ତ କମ୍ପାନୀରୁ ଦୈନିକ ପ୍ରାୟ ହଜାର ହଜାର ଟନ୍‌ ପାଉଁଶ ବାହାରୁଥିବାବେଳେ ଏହାକୁ ବିନିଯୋଗ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । 

 ବିଷ ବଳୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ୬ ଟି ପଞ୍ଚାୟତ ବାତେଲିମା,ଳାଞ୍ଜିଗଡ ,ଛତ୍ରପୁର ,ଜଗନ୍ନାଥପୁର , ସନ୍ତପଡା, ଚମ୍ପାଦେଇପୁର । ପ୍ରତିଦିନ ଉଠୁଛି ବିଷାକ୍ତ ଡଷ୍ଟ। ବିଷ ପବନରେ ବିତୁଛି ଜୀବନ। କିଛିଦିନ ତଳେ ରେଡମଡ ପଣ୍ଡ ଭାଙ୍ଗିବା ଫଲରେ ଚାଷ ଜମି ନଷ୍ଟ ହେବା ସହ ବିଷାକ୍ତ ପାଣି ବଂଶଧାରା ନଦୀରେ ମିଶିଥିଲା। ସେହି ପାଣିରେ ଗୋଧୋଇବାରୁ ଗୋଡ଼ ହାତ ରେ ଚର୍ମରୋଗ ଦେଖାଦେଉଛି। ଅନେକ ଗୃହ ପାଲିତ ପଶୁପକ୍ଷୀ ମୃତ୍ୟୁ ହେଲା। କ୍ଷତିପୂରଣ ପାଇଁ କମ୍ପାନୀକୁ ଗୁହାରୀ କଲେ। ଲାଭ କିଛି ହେଲା ନାହିଁ । ବିଷାକ୍ତ କଷ୍ଟିକ ଡଷ୍ଟ କୁ ଛତ୍ରପୁର ଯିବା ରାସ୍ତା ପାର୍ଶ୍ବରେ ରଖି ଟ୍ରକ ସାହାଯ୍ୟରେ ନିଆଯାଉଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ପ୍ରତିଦିନ ବିଷ ଗୁଣ୍ଡ ଖାଇ ଜୀବନ ବଞ୍ଚୁଛି।

 ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ । ଝାରସୁଗୁଡା ହେଉ କି କଳାହାଣ୍ଡି, ବେଦାନ୍ତର ବେଆଇନ ପାଉଁଶ ଗଦା ଓ ବିଷାକ୍ତ ଡଷ୍ଟ ଏବେ ଲୋକଙ୍କ ପାଇଁ ବିଷ ବଳୟ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ କ୍ଷତିଗ୍ରସ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

 

 

Illegal ash pond of Vedanta in Jharsuguda Vedan river basin | Argus News