Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Stone Blasting / ବେଆଇନ କଳା ମୁଗୁନି ପଥର ଖଣି, ଛାରଖାର କରିଦେଲା ଦୁଇ ପରିବାର !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବେଆଇନ କଳା ମୁଗୁନି ପଥର ଖଣି, ଛାରଖାର କରିଦେଲା ଦୁଇ ପରିବାର !
Dhenkanala Stone Blasting

Key Points

ଡ୍ରିଲ୍ ସମୟରେ ବିଷ୍ପାରଣରେ ଚାପି ହୋଇଯାଇଥିଲେ ଦୁଇ ଶ୍ରମିକ ।
ଡିସେମ୍ବରରେ ସରିଥିଲା ଖଣିର ଲିଜ୍ ଅବଧି, ତଥାପି ଚାଲିଥିଲା ଖନନ ।

ଢେଙ୍କାନାଳ ଗୋପାଳପୁର ଅଂଚଳରେ ବିସ୍ଫୋରଣ ଘଟଣାର ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ମିଳିଲା ୨ ଶ୍ରମିକଙ୍କ ମୃତଦେହ। ଗତ ଡିସେମ୍ବରରୁ ପଥର ଖଣିକୁ ବନ୍ଦ ପାଇଁ ନୋଟିସ କରିଥିଲା ପ୍ରଶାସନ । ତଥାପି ବେଆଇନ ଭାବେ ଚାଲିଥିଲା ବ୍ଲାଷ୍ଟିଂ। ଜିଲ୍ଲାପାଳ କହିଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ....

ଢେଙ୍କାନାଳରେ ଚାଲିଛି ବେଧଡ଼କ ବେଆଇନ ଖଣି ଖନନ। ବ୍ଲାଷ୍ଟିଂ ସମୟରେ ପ୍ରାଣ ହରାଇଲେ ଦୁଇ ଶ୍ରମିକ। ମାଫିଆଙ୍କ କୋଟି କୋଟି ଟଙ୍କା ରୋଜଗାର ନିଶାରେ ଚାଲିଗଲା ଦୁଇ ଦୁଇଟି ନିରୀହ ମଣିଷଙ୍କ ଜୀବନ । ଦୁଇ ମୃତକ ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବଡନାଳ ଅଞ୍ଚଳ କଦମଶୁର ଗ୍ରାମର ଅଭି ସିଂ ଓ କଟକ ଟାଙ୍ଗୀ ଅଞ୍ଚଳର କାହ୍ନା ଚାମ୍ପିଆ।

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଥିବା ବେଆଇନ କଳା ମୁଗୁନି ପଥର ଖଣିରେ ବିସ୍ପୋରଣ ପାଇଁ ଡ୍ରିଲ୍ କରାଯାଉଥିଲା । ଏହି ଡ୍ରିଲ୍ ସମୟରେ ହୋଇଥିଲା ବିସ୍ଫୋରଣ । ଆଉ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ରାତି ହୋଇଯାଇଥିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା। ଓଡ୍ରାଫ, ଫାୟାର ଟିମ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଜିଲ୍ଲାପାଳ,ଏସ୍ପି ଘଟଣାସ୍ଥଳରେ ପହଂଚି ଏହାର ତଦାରଖ କରିଥିଲେ। ପାଞ୍ଚଟି ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଦୁଇ ଘଂଟାର ପରିଶ୍ରମ ପରେ ଉଦ୍ଧାର ହୋଇଥିଲା ଦୁଇ ଶ୍ରମିକଙ୍କ ମୃତ ଦେହ ।

ଏହି ଖଣିର ଲିଜ୍ ମାନସ ରଞ୍ଜନ ରାଉତଙ୍କ ନାମରେ ଥିଲା । ଡିସେମ୍ବରରେ ଖଣିର ଲିଜ୍ ଅବଧି ସରିଥିଲା। ଏହାପରେ ଗତ ଡିସେମ୍ବର ୨ ତାରିଖରେ ପଥର ଖଣିକୁ ବନ୍ଦ ପାଇଁ ନୋଟିସ କରିଥିଲା ପ୍ରଶାସନ । ଗତ ସେପ୍ଟେମ୍ବରରେ ବିସ୍ଫୋରଣ ପାଇଁ ଅନୁମତି ଶେଷ ହୋଇଯାଇଥିଲା । ତଥାପି ମାଫିଆ ମାନେ ଜୋର ଜବରଦସ୍ତ ପଶି ବ୍ଲାଷ୍ଟିଂ କରିଥିଲେ ।

ପ୍ରଶ୍ନ ଉଠୁଛି...

-ବିନା ଅନୁମତିରେ କେମିତି ଚାଲିଥିଲା ଖଣି ଖନନ?
-କେଉଁଠୁ ଆସୁଥିଲା ବେଆଇନ ବିସ୍ପୋରକ?
-ଡ୍ରିଲ ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ପାଇଁ କିଏ ଦେଇଥିଲା ଅନୁମତି ?


ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି, ଯିଏ ଏହି ଖଣି ବେଆଇନ ଭାବେ ଚଳାଉଥିଲେ ତାଙ୍କ ବିରୋଧ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ପୁର୍ବରୁ ଅଂଚଳବାସୀ ବେଆଇନ ଖଣି ଖନନ ନେଇ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏବେ ଦୁଇ ଜଣଙ୍କ ଜୀବନ ଯିବା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଦେଖିବାର କଥା ବେଆଇନ ଖଣି ଖନନକାରୀଙ୍କ ବିରୋଧରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Stone Blasting | Illegal black Stone mining In Dhenkanala | Argus News