Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କହିଲେ ଶୁଣୁ ନାହାନ୍ତି, ଓଲଟା ନାଲି ଆଖି ଦେଖାଉଛନ୍ତି ଭାଟି ମାଲିକ !

Odisha

କହିଲେ ଶୁଣୁ ନାହାନ୍ତି, ଓଲଟା ନାଲି ଆଖି ଦେଖାଉଛନ୍ତି ଭାଟି ମାଲିକ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
କହିଲେ ଶୁଣୁ ନାହାନ୍ତି, ଓଲଟା ନାଲି ଆଖି ଦେଖାଉଛନ୍ତି ଭାଟି ମାଲିକ !

ଯେତେ ମନା କଲେ ବି କେହି ମାନୁନାହାନ୍ତି । ଓଲଟା ନାଲି ଆଖି ଦେଖାଉଛନ୍ତି । ସ୍ଥାନୀୟ ପ୍ରଶାସନ ବି ଚୁପ୍ । ସଧାରଣ ଲୋକ ସାହସ କରିବେ ବା କେମିତି ? ତେଣୁ ବେଆଇନ ଭାବେ ଗଢ଼ିଉଠିଥିବା ଇଟା ଭାଟି ଗୁଡ଼ିକ ବେଧଡ଼କ ଭାବେ ଲଗାଉଛନ୍ତି ନିଆଁ । ଖରା ଆସିବ ପୂର୍ବରୁ ଚରମ ସୀମାରେ ପହଞ୍ଚିଲାଣି ତାତି । ଆକାଶ ସବୁବେଳେ ରହୁଛି ଧୁଆଁ ମୟ ।


ଗଜପତି ଜିଲ୍ଲାର ପୂର୍ବରୁ ପଶ୍ଚିମ... ଉତ୍ତରରୁ ଦକ୍ଷିଣ । ଯୁଆଡେ ଦେଖିବେ ମାଳ ମାଳ ବେଆଇନ୍ ଇଟାଭାଟି । ଜିଲ୍ଲା ପ୍ରଶାସନର ନାକତଳେ ଆନ୍ଧ୍ରପ୍ରଦେଶର କିଛି ଶ୍ରମିକକୁ ନେଇ ରାସ୍ତାକଡ଼ରେ ଚାଲିଛି ଇଟା ଭାଟି । ଇଟାଭାଟିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ବିଜେଡି ନେତା ଏହାକୁ ନିଜ ଅକ୍ତିଆରରେ ରଖି ଖୁଲମ୍ ଖୁଲା ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇଛି ।


ରାୟଗଡା, କାଶୀନଗର, ଗୋଷାଣୀ ବ୍ଲକ ସମେତ ପାରଳାଖେମୁଣ୍ଡି ସହରର ଆଖପାଖ ଅଞ୍ଚଳରେ ଛତୁ ଫୁଟିଲା ପରି ଇଟାଭାଟି ଗଢ଼ିଉଠିଛି । ଏହି ଇଟାଭାଟିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ବିଜେଡି ନେତା ଏହାକୁ ନିଜ ଅକ୍ତିଆରରେ ରଖି ଖୁଲମ୍ ଖୁଲା ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ତରଫରୁ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଟା ପୋଡ଼ିବା ସମୟରେ ଭାଟିରୁ ବାହାରୁଥିବା ବିଷାକ୍ତ ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ବଢ଼ୁଛି । ଏଥି ସହ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଅଞ୍ଚଳରେ ତାତି ବି ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅଞ୍ଚଳବାସୀ କଲବଲ ହେଉଥିବା ବେଳେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେପଟେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ବେଆଇନ ଇଟାଭାଟି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

Sponsored
Illegal Bricks Factory In Gajapati | Argus News