ଗଳିକନ୍ଦିରେ ବ୍ୟାପିଲାଣି ଧଳାଜହର କାରବାର

Key Points
କୋଡ୍ ୱାର୍ଡରେ ଚାଲିଛି ନିଶା କାରବାର
ପୁଡ଼ିଆ କହିଲେ ଗଞ୍ଜେଇ
`କିଙ୍ଗ୍' କହିଲେ ମିଳୁଛି ବ୍ରାଉନସୁଗାର୍
ଛୋଟ ଦୋକାନରେ ମିଳୁଛି ବିଷ ପୁଡ଼ିଆ
ଗଳିକନ୍ଦିରେ ବ୍ୟାପିଲାଣି ଧଳାଜହର କାରବାର
ଓଡ଼ିଶାର କୋଣ ଅନୁକୋଣରେ ବେଆଇନ ନିଶା କାରବାର କେମିତି କାୟା ବିସ୍ତାର କଲାଣି ତାର ପ୍ରମାଣ ହେଉଛି ଏ ଚିତ୍ର। ରାଜ୍ୟର ଯୁବପୀଢ଼ି କେମିତି ନିଶା ରୂପୀ ଏ ଜହର ମାୟାରେ ପଡ଼ିଛନ୍ତି ତାର ପ୍ରମାଣ ହେଉଛି ଏ ଚିତ୍ର । ଆମେ କିଛି କହିବା ଆଗରୁ ପ୍ରଥମେ କେଖନ୍ତୁ ଅର୍ଗସ୍ କ୍ୟାମେରାରେ କଏଦ ଏ ଏକ୍ସକ୍ଲୁସିଭ୍ ଦୃଶ୍ୟ ଉପରେ । ଇଏ ଓଡ଼ିଶାର ଅନ୍ୟତମ ବଡ଼ ଓ ପ୍ରମୁଖ ସହର ବାଲେଶ୍ବର । ଦେଖନ୍ତୁ କେମିତି ଗଳି କନ୍ଦିର ଛୋଟ ଦୋକାନରୁ ନେଇ ରାସ୍ତା କଡ଼ ପାନ ଦୋକାନ ଯାଏଁ ଲମ୍ବିଛି ନିଶା କାରବାରର ନେଟୱର୍କ।
କୋଡ୍ ୱାର୍ଡ ମାଧ୍ୟମରେ ଚାଲିଛି ନିଶା କାରବାର । କୋଡ୍ ୱାର୍ଡ କହିଲେ ମିଳି ଯାଉଛି ବିଷ ପୁଡ଼ିଆ । କହିବାରେ ଟିକେ ଏପଟ ସେପଟ ହେଲେ ଧରି ପକାଉଛନ୍ତି ନିଶା ବେପାରୀ।ରାସ୍ତା କଡ଼ ପାନ ଦୋକାନ ଦେଖିଲେ, ଇଏ ରାସନ ଦୋକାନ। ଏଠି ବି ଲୁଚାଇ ରଖାଯାଇଛି ଗଞ୍ଜେଇ । ଆଉ ଏଠି ନିଶା କାରବାରରେ ସମ୍ପୃକ୍ତ ମହିଳା। କୋଡ୍ ୱାର୍ଡ କହିଲେ ଆଣି ହାତରେ ଧରେଇ ଦେଇଯାଉଛନ୍ତି ପୁଡ଼ିଆ । ଜଲଦି ଟଙ୍କା ଦେବାକୁ ବି ତାଗିଦ କରୁଛନ୍ତି।
ଇଏ ବାଲେଶ୍ବରର ଏକ ପରିତ୍ୟକ୍ତ ସ୍ଥାନ । ବେଧଡ଼କ ଚାଲିଛି ଧଳାଜହର ସେବନ । ଯେଉଁଠିକୁ ଯିବାକୁ ଡର ଲାଗେ, ନାକରେ ହାତ ଦେବାକୁ ପଡ଼େ, ସେମିତି ସ୍ଥାନ ପାଲଟିଛି ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ । ନା ପୋଲିସକୁ ଭୟ ଅଛି ନା ଧରାପଡ଼ିଯିବା। ବଡ଼ କଥା, ଥାନାରୁ 400 ମିଟର ଦୂରତାରେ ଖୁଲ୍ଲମଖୁଲ୍ଲା ଚାଲୁଛି ଏ ବେଆଇନ ନିଶା ବେପାର । ନିଶା ସେବନ କରି ଏମାନେ ବିଭିନ୍ନ ଅପରାଧ ଭିଆଉଛନ୍ତି।
ରାଜ୍ୟରେ ନିଶା କାରବାର ରୋକିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଛି ସ୍ବତନ୍ତ୍ର ଡ୍ରାଇଭ୍ । ବାଲେଶ୍ବରରେ ବି ବହୁ ସ୍ଥାନରେ ଚଢ଼ାଉ କରୁଛି ପୋଲିସ ଓ ଅବକାରୀ ବିଭାଗ । ତେବେ ଏ ତମାମ ଅଭିଯାନ କେତେ ଫଳ ଦେଉଛି ସମସ୍ତଙ୍କ ସାମ୍ନାରେ ଇଏ ହେଉଛି ତାର ପ୍ରମାଣ ।
ବାଲେଶ୍ବରର ଏ ଚିତ୍ର ତ ଭାତ ହାଣ୍ଡିରୁ ଗୋଟିଏ । ଗତ କିଛି ଦିନ ଭିତରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଦୋକାନରେ ଚଢ଼ାଉ କରି ନିଶା ବେପାରୀଙ୍କୁ ଧରିଛି ସ୍ବତନ୍ତ୍ର ଟିମ୍ । ସାରା ରାଜ୍ୟରେ ଯୁବପିଢ଼ିଙ୍କୁ ନିଶା ମାୟାରେ ବାୟା କରିଥିବା ଏ ବେପାରୀଙ୍କ ବିରୋଧରେ କଡ଼ା ଆକ୍ସନର ଆବଶ୍ୟକତା ରହିଛି।