Cattle smuggling: ଟ୍ରକ୍ରେ ଗୋ-ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକ, ୭୦ରୁ ଅଧିକ ଗାଈ ଉଦ୍ଧାର

Key Points
ଟ୍ରକ୍ଟିକୁ ଅଟକାଇବା ପରେ ସେଥିରୁ ଗୋଟିଏ ପରେ ଗୋଟିଏ କରି ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଥିଲେ ଲୋକ । ଆଉ ଟ୍ରକ୍ ଚାଳକ ଓ ଟ୍ରକ୍ରେ ଥିବା ଅନ୍ୟ ୨ ଜଣ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଲୋକେ ଧରି ନେଇ ନିସ୍ତୁକ ପିଟିଥିଲେ ।
କୋରେଇ (ଯାଜପୁର): ଥମୁନି ଗୋ-ଚାଲାଣ । କେବେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ତ ଆଉ କେବେ ପୁଣି ରାଜ୍ୟ ଭିତରେ । ଗୋଟିଏ ଟ୍ରକ୍ରେ ପରିବା ବସ୍ତା ଲଦିବା ଭଳି ଗାଈଗୋରୁଙ୍କୁ ଲଦି ଗୋଟିଏ ସ୍ଥାନକୁ ଅନ୍ୟ ଜାଗାକୁ ଚାଲାଣ କରୁଛନ୍ତି ଗୋରୁ ମାଫିଆ । ଅମାନବୀୟ ଭାବେ ଏମିତି ଗୋ-ଚାଲାଣ ହେଉଥିବା ବେଳେ ଲୋକେ ଏକ ଟ୍ରକ୍କୁ ଅଟକାଇବା ସହ ୩ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ।
ବୁଧବାର ଅପରାହ୍ଣରେ ହରିୟାଣା ନମ୍ବର ବିଶିଷ୍ଟ ଏକ ଟ୍ରକ୍କୁ ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । ଜାତୀୟ ରାଜପଥ ୧୬ରେ ଟ୍ରକ୍ଟି ଭଦ୍ରକ ଟୋଲ୍ ଗେଟ୍ ଦେଇ କଟକ ଆଡ଼କୁ ଆସୁଥିବା ବେଳେ ପିଛା କରିଥିଲେ ଲୋକେ । ପ୍ରାୟ ୧୦ କିଲୋମିଟର ପିଛା କରିବା ପରେ ଟ୍ରକ୍ଟିକୁ ଲୋକେ ଓ ବଜରଙ୍ଗ ଦଳ କର୍ମୀ ପାଣିକୋଇଲି ଛକରେ ଅଟକାଇଥିଲେ ।
ଆଉ ଟ୍ରକ୍ଟିକୁ ଅଟକାଇବା ପରେ ସେଥିରୁ ଗୋଟିଏ ପରେ ଗୋଟିଏ କରି ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଥିଲେ ଲୋକ । ଆଉ ଟ୍ରକ୍ ଚାଳକ ଓ ଟ୍ରକ୍ରେ ଥିବା ଅନ୍ୟ ୨ ଜଣ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଲୋକେ ଧରି ନେଇ ନିସ୍ତୁକ ପିଟିଥିଲେ । ଯାହାକୁ ନେଇ ପାଣିକୋଇଲି ଛକରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
📱 Get Argus News App
✨
ପାଣିକୋଇଲି ପୋଲିସ ପହଞ୍ଚି ଗୋରୁ ବୋଝେଇ ଟ୍ରକ୍କୁ ଜବତ କରିବା ସହ ଲୋକଙ୍କ କବଳରୁ ୩ ଜଣଙ୍କୁ ଉଦ୍ଧାର କରି ପଚରାଉଚରା କରୁଛି । ତେବେ କିଏ, କେଉଁଠାରୁ, କେଉଁ ଉଦ୍ଦେଶ୍ୟ ରଖି ଏତେ ସଂଖ୍ୟାରେ ଗୋରୁଙ୍କୁ କେଉଁଠିକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇ ନାହିଁ ।