Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସଲି ନାଁ, ନକଲି ମଦ

Odisha

ଅସଲି ନାଁ, ନକଲି ମଦ

Rashmita Mishra
Browse all articles by Rashmita Mishra
·1 year ago·2 min read
ଅସଲି ନାଁ, ନକଲି ମଦ

Key Points

କଟକ ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା
ଚୌଦ୍ୱାରରେ ଠାବ ହେଲା ବେଆଇନ ନକଲି ମଦ ଫ୍ୟାକ୍ଟ୍ରି
ପ୍ରସ୍ଥୁତ ହେଉଥିଲା ଅସଲି ନାଁ ରେ ନକଲି ମଦ
ବିପୁଳ ପରିମାଣର ମଦ ଜବତ ସହ ଜଣେ ଗିରଫ

ଲାଗିଛି ଅସଲି ବ୍ରାଣ୍ଡର ଷ୍ଟିକର କିନ୍ତୁ ବୋତଲ ଭିତରେ ରହିଛି ନକଲି ମଦ । ଚୌଦ୍ଵାର କପିଳେଶ୍ୱର ଅଞ୍ଚଳରେ ନକଲି ମଦକାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରି ବେଆଇନ୍ ନକଲି ମଦ ତିଆରି କାରଖାନାରୁ ବିପୁଳ ପରିମାଣର ନାମିଦାମି କମ୍ପାନୀର ନକଲି ଦେଶୀ ଓ ବିଦେଶୀ ମଦ ତା ସହ ମଦ ତିଆରି ପାଇଁ ବେବହୃତ ହୁଉଥିବା ଆବଶ୍ୟକୀୟ ,ମେସିନ କେମିକାଲ, ବୋତଲ, ଠିପି, ଡ୍ରମ , ଲେବୁଲ୍ ଆଦି ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ 15 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଏହି କାରବାରରେ ଫ୍ୟାକ୍ଟ୍ରି ର ଇନଚାର୍ଜ ମଧୁସୂଦନ ରାଉତ ଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଖୁବ ଶୀଘ୍ର ଅନ୍ୟ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗ ଅଧିକାରୀ।

ଫ୍ୟାକ୍ଟ୍ରି ଟି ଗତ ଏକ ବର୍ଷ ହେବ ଏକ ଭଡା ଘରେ ଚାଲୁଥିବା ବେଳେ ନକଲି ମଦ ପାଇଁ ବ୍ୟବହାର ହେଉଥିବା ସ୍ପିରିଟ ଠିପି ବୋତଲ ଏବଂ ଲେବୁଲ ସବୁ ପଶ୍ଚିମ ବଙ୍ଗ ରୁ ଆସୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଚୌଦ୍ୱାର ରୁ ଯାଇ କଟକ, ଯାଜପୁର ଜିଲାରେ ବିକ୍ରି ହେଉଥିଲା। ଜବତ ହୋଇଥିବା ସମସ୍ତ ମଦକୁ ଲାବ୍ରୋଟୋରି ପରୀକ୍ଷା ପାଇଁ ପଠାଇ ଦେଇଛି ଅବକାରୀ ଟିମ ।ଏହାସହ ଏହି ମାମଲା ରେ ଆଉ କେଉଁ ମାଷ୍ଟର ମାଇଣ୍ଡ ଙ୍କରର ସମ୍ପୃକ୍ତି ରହିଛି ତାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

ବେଧଡ଼କ ଭାବରେ ଗଢି ଉଠୁଛି ବେଆଇଅନ ମଦ ଫ୍ୟାକ୍ଟ୍ରି। ତେବେ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ଏହା ଉପରେ କେବେ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ତାକୁ ହିଁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
illegal-counterfeit-liquor-factory-busted-in-choudwar | Argus News