Videos
|
Odisha

ବେଆଇନ ଗୋଚାଲାଣ, 16 ଗୋରୁ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·1 year ago
ବେଆଇନ ଗୋଚାଲାଣ, 16 ଗୋରୁ ଉଦ୍ଧାର

ଅର୍ଗସ ବ୍ୟୁରୋ: ଭଦ୍ରକରେ ବେଆଇନ ଗୋଚାଲାଣ, ୧୬ ଗୋରୁ ଉଦ୍ଧାର । ତିହିଡି଼ ପୋଲିସ ଦ୍ୱାରା ନାଇଟ ପାଟ୍ରୋଲିଂ ସମୟରେ ବେଆଇନ ଭାବେ ଗୋ-ଚାଲାଣ କରାଯାଉଥିବା ଏକ ପିକଅପ ଗାଡ଼ିକୁ ଅଟକାଇଥିଲେ। ଏହି ପିକଅପ ଗାଡ଼ି ଭିତରୁ ୧୬ଟି ଗୋରୁ ଉଦ୍ଧାର କରାଯାଇଛି । ପୋଲିସକୁ ଦେଖି ଜଣେ ଗୋରୁ ମାଫିଆ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଆଉ ଜଣେ ଗୋରୁ ମାଫିଆକୁ ଗିରଫ କରିବାରେ ସକ୍ଷମ ହୋଇଛି ତିହିଡି଼ ପୋଲିସ ।


ବେଆଇନ ଗୋରୁ ଚାଲାଣ କରୁଥିବା ମାଫିଆ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଏଭଳି ଅନେକ ମାଫିଆ ଅଛନ୍ତି ସମସ୍ତଙ୍କୁ ଖୁବ ଶୀଘ୍ର କାବୁ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର: 

Illegal cow smuggling, 16 cows rescued from bhadrak | Argus News