NIA ତଦନ୍ତ ସହ ମାଓବାଦୀଙ୍କ କବଜାରୁ ମିଳୁଛି ବିସ୍ଫୋରକ

Key Points
ବିସ୍ଫୋରକ ଲୁଟ୍ ପରେ ଆଳୁ ଖୋଳୁ ଖୋଳୁ ମହାଦେବ
NIA ତଦନ୍ତ ସହ ମାଓବାଦୀଙ୍କ କବଜାରୁ ମିଳୁଛି ବିସ୍ଫୋରକ
ମାତ୍ର ବିଭିନ୍ନ ଜିଲ୍ଲାର ବିସ୍ଫୋରକ ଗୋଦାମ ମାନୁନାହାନ୍ତି SOP
ଶେଷ ନିଃଶ୍ବାସ ନେଉଥିବା ମାଓବାଦୀଙ୍କ ହାତରେ ପଡ଼ିଲେ ବିଗିଡ଼ିବ ସ୍ଥିତି
ଏବେ ସଜାଗ ସରକାର
ସୁନ୍ଦରଗଡ଼ ଓ ରାଉରକେଲାରେ ବେଆଇନ୍ ବିସ୍ଫୋରକ କାରବାର ଉପରୁ ଉଠୁଛି ପରଦା। ଆଜି ବଡ଼ଗାଁ ଇତିମା ବିସ୍ଫୋରକ ଗୋଦାମ ନିକଟରୁ ଆଉ ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ହୋଇଛି । ସେଥିରେ ୩୦୦ ପେଟି ବିସ୍ଫୋରକ ରହିଛି । ଯାହାର ଓଜନ ୧୫ ଟନ୍ । ଏହି ବିସ୍ଫୋରକ ହାଇଦ୍ରାବାଦରୁ ଆସିଥିବା ଜଣାପଡ଼ିଛି । ସେପଟେ ରବିବାର ରଘୁନାଥପାଲି ଥାନା ପୀୟୂଷ ପେଟ୍ରୋଲ ପମ୍ଫରୁ ଦୁଇଟି ବିସ୍ଫୋରକ ବୋଝେଇ ମିନିଟ୍ରକ୍ ବଜତ ହେବା ଘଟଣାରେ ଇତମା ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲକୁ ଗିରଫ କରିଛି ଏସଆଇଟି । ତାକୁ ଦୁଇଦିନ ଧରି ପଚରାଉଚରା କରାଯାଉଥିଲା । ଏବେ ବିସ୍ଫୋରକ ନେଇ ଯାଉଥିବା ଟ୍ରକ ଚାଳକଙ୍କୁ କରାଯାଉଛି ପଚରାଉଚରା ।
ଚୋର ଗଲା ପରେ ନିଦ ଭାଙ୍ଗିଲା ପରି ଏବେ ୩ ଟି ପୋଲିସ ଜିଲ୍ଲାରେ ବିସ୍ଫୋରକ ଗୋଦମର ସ୍ଥିତି ନେଇ ପୋଲିସ ପକ୍ଷରୁ କରାଯାଉଛି ତନାଘନା । ସୁନ୍ଦରଗଡ଼, ରାଉରକେଲା ଓ କେନ୍ଦୁଝର ଜିଲ୍ଲାରେ ଥିବା ଗୋଦାମଗୁଡ଼ିକରେ ପୋଲିସ ପହଞ୍ଚି ବିସ୍ଫୋରକର ଷ୍ଟକ୍ ଓ କାଗଜ ପତ୍ର ଯାଞ୍ଚ କରୁଛି । କେନ୍ଦୁଝର ଜିଲ୍ଲାର ୧୦ ଟି ଥାନା ଅଧିନରେ ୩୪ ଟି ବିସ୍ଫୋରକ ଗୋଦାମ ଅଛି । ସେଥିରୁ ଏବେ ୨୫ ଟି କାର୍ଯ୍ୟକ୍ଷମ ହେଉଛି । ସମସ୍ତ ଗୋଦାମରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ବିସ୍ଫୋରକ ଗୋଦାମ ଗୁଡ଼ିକ SOP ପାଳନ କରୁଛନ୍ତି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।
📱 Get Argus News App
✨ସେପଟେ ବାଙ୍କୋ ପଥର ଖଣି ନିକଟରୁ ମାଓବାଦୀ ଲୁଟି ନେଇଥିବା ବିସ୍ଫୋରକ ମଧ୍ୟରୁ ଆଉ କିଛିର ମିଳିଛି ସନ୍ଧାନ । ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ସରଣ୍ଡା ଜଙ୍ଗଲ ଭିତରୁ ଏହି ବିସ୍ଫୋରକ ଉଦ୍ଧାର କରିଛନ୍ତି । ଗତକାଲି ବି ଝାରଖଣ୍ଡର ଜରେଇକେଲା ଥାନା ଅଧିନସ୍ଥ ଜଙ୍ଗଲରୁ ମିଳିଥିଲା ୨.୫ ଟନ୍ ବିସ୍ଫୋରକ । ବିସ୍ଫୋରକ ଗୁଡ଼ିକୁ ମାଟିତଳେ ପୋତି ଲୁଚାଇଥିଲେ ମାଓବାଦୀ।
ଅଭିଯୋଗ ହେଉଛି ବିସ୍ଫୋରକ ଗୋଦାମ ଗୁଡ଼ିକ କୌଣସି ନିୟମ ପାଳନ କରୁନାହାନ୍ତି। ବେଆଇନ୍ ଭାବେ ବିସ୍ଫୋରକ ବିକ୍ରି ହେଉଛି। ଯାହା ବେଆଇନ୍ ଖଣି ଉତ୍ତୋଳନରେ ବ୍ୟବହାର କରାଯାଉଛି। ବିସ୍ଫୋରକ ସ୍ଥାନାନ୍ତର ବେଳେ କୋଣସି ଏସଓପି ପାଳନ କରାଯାଉନି। ଯଦି ବାଙ୍କୋ ଘଟଣା ପରି ବିସ୍ଫୋରକଗୁଡ଼ିକ ମାଓବାଦୀଙ୍କ ହାତରେ ଲାଗେ ତାର ପରିଣାମ ଭୟାନକ ହୋଇପାରେ।
ପ୍ରଶ୍ନ ଉଠୁଛି ବାଙ୍କୋ ବିସ୍ଫୋରକ ଲୁଟ୍ ଘଟଣା ପରେ ଏବେ ବିସ୍ଫୋରକ ବିକ୍ରି ଓ ପରିବହନ ନେଇ SOP ପାଳନକୁ କଡ଼ାକଡ଼ି କରିବେ କି ସରକାର।