ବେଆଇନ ବନ୍ଧୁକ କାରଖାନା ଠାବ, ମାଷ୍ଟରମାଇଣ୍ଡ ଗିରଫ
·1 year ago

କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ ମାମଲା। କଟକ ଶଙ୍କରପୁରରୁ ମାଷ୍ଟରମାଇଣ୍ଡକୁ ଉଠେଇ ନେଲା କ୍ରାଇମବ୍ରାଞ୍ଚ ଏସଟିଏଫ। କଟକ ଶଙ୍କରପୁର ଅଞ୍ଚଳର ଫଗୁ ଓରଫ ଚଗଲା ଖୁଣ୍ଟିଆକୁ ଉଠେଇ ନେଲା ଏସଟିଏଫ । ବନ୍ଧୁକ କାରବାର ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ଏସଟିଏଫ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।
ସେମାନଙ୍କୁ ପଚରାଉଚରା କରିବା ସମୟରେ ଚଗଲାର ସୂଚନା ପାଇଥିଲା ଏସଟିଏଫ। ତେବେ ଚଗଲା ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି ବୋଲି ସୂଚନା ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: