Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Illegal Mines / କାହାକୁ ବି ଛାଡ଼ିବେନି ! ବେଆଇନ ଖଣି ଉପରେ ଘନ ଘନ ଛଢ଼ାଉ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
କାହାକୁ ବି ଛାଡ଼ିବେନି ! ବେଆଇନ ଖଣି ଉପରେ ଘନ ଘନ ଛଢ଼ାଉ
Raid On Illegal Mines

Key Points

ବେଆଇନ ଖଣିରେ ଖୋର୍ଦ୍ଧା ଖଣି ଅଧିକାରୀ ପକ୍ଷରୁ ଚଢ଼ାଉ କରି ୩ଟି ପଥର ବୋଝେଇ ଟ୍ରକ ଜବତ କରାଯାଇଛି ।
ଖଣି ବିଭାଗର ଅତର୍କିତ ଚଢାଉ ଦେଖି ମାଫିଆମାନେ ଗାଡ଼ି ଛାଡ଼ି ଜଙ୍ଗଲ ମଧ୍ୟରେ ଫେରାର ହୋଇଯାଇଛନ୍ତି ।

ବେଆଇନ ଖଣିରେ ଚଢ଼ାଉ । ୩ ଗାଡ଼ି ଜବତ ମାଫିଆ ଫେରାର । ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲ ଅଂଚଳରେ ବେଆଇନ ମାଙ୍କଡ଼ା ପଥର, ମୋରମ ହେଉଛି ଲୁଟ । ମାଫିଆ ମାନେ ବଳପୂର୍ବକ ବେଧଡ଼କ ଭାବରେ ସରକାରୀ, ବେସରକାରୀ ଓ କାଜୁ କର୍ପୋରେସନ ଜାଗାରେ ପଥର ଲୁଟିଛନ୍ତି । ଦିବାଲୋକରେ ଜେସିବି, ପାଓ୍ବ।ର ଟିଲର ଲଗାଇ ପଥର କାଟି ଟ୍ରକ ଓ ଟ୍ରାକ୍ଟର ଲଗାଇ ଲୁଟି ନେଉଛନ୍ତି ।

ଖଣି ଲୁଟ ଯୋଗୁଁ ସରକାରଙ୍କର କୋଟିକୋଟି ଟଙ୍କାର ରାଜସ୍ୱ ହେଉଛି ଲୁଟ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡପୋଖରୀଆ ଅଂଚଳରେ ମାଫିଆମାନେ ବେଶ ସକ୍ରିୟ ହୋଇଛନ୍ତି । ରାଜସ୍ୱ ବିଭାଗ ଠାରୁ କୌଣସି ଅନୁମତି ନନେଇ ୩୦ରୁ ୪୦ଫୁଟ ଗଭୀର କରି ପଥର କାଟୁଛନ୍ତି । ବେଆଇନ ଖଣିରେ ଖୋର୍ଦ୍ଧା ଖଣି ଅଧିକାରୀ ପକ୍ଷରୁ ଚଢ଼ାଉ କରି ୩ଟି ପଥର ବୋଝେଇ ଟ୍ରକ ଜବତ କରାଯାଇଛି । ଖଣି ବିଭାଗର ଅତର୍କିତ ଚଢାଉ ଦେଖି ମାଫିଆମାନେ ଗାଡ଼ି ଛାଡ଼ି ଜଙ୍ଗଲ ମଧ୍ୟରେ ଫେରାର ହୋଇଯାଇଛନ୍ତି ।

ବାଲେଶ୍ବର ବାଗୁଡ଼ିରେ ବି ବେଆଇନ ପଥର ଖାଦାନ ଏବଂ କ୍ରସର ଉପରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ । ୩ଟି ବେଆଇନ ପଥର ବୋଝଇ ଡମ୍ଫର ଜବଦ । ୩ ବେଆଇନ କ୍ରସରରେ କୌଣସି କାଗଜପତ୍ର ନଥିବାରୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଷ୍ଟକ ଥିବା ପଥରକୁ ଅକ୍ସନ କରିବାକୁ ସୋର ତହସିଲଦାର ଏବଂ ଜୁନିୟର ମାଇନିଙ୍ଗ ଅଫିସରଙ୍କୁ ନିର୍ଦେଶ ଦେଇଛନ୍ତି ।

ବାଗୁଡ଼ି ଖଞ୍ଜାମହଲ ପଥର ଖାଦାନରେ ଦିନ ରାତି ବେଧଡ଼କ କଳା ପଥର ଲୁଟ ହେଉଛି । କ୍ରସର ମାଧ୍ୟମରେ ଚିପ୍ସ କରି ବିନା GSTରେ ହଜାର ହଜାର ଟ୍ରିପ କଳା ପଥର ଲୁଟ ହେଉଛି । ହଠାତ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ସୋର ତହସିଲଦାର, ପୋଲିସ ଏବଂ ଜୁନିୟର ମାଇନିଙ୍ଗ ଅଫିସର ଚଢ଼ାଉରେ ସାମିଲ ହୋଇଥିଲେ । ଆଗକୁ GST ବିଭାଗ ଦ୍ଵାରା ଚଢ଼ାଉ କରାଯିବ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।

ଅନ୍ୟପଟେ ବିଜେପି ସରକାରଙ୍କ ମାଡ଼ରେ ଭାଙ୍ଗୁଛି ମାଫିଆଙ୍କ ଅଣ୍ଟା । ଏବେ ରାଜ୍ୟରେ ବାଲି ମାଫିଆଙ୍କ ପାଇଁ ଆତଙ୍କ ପାଲଟିଛି ଅପରେସନ 'ବାଲୁବଜ୍ର' । ଫଳରେ ମାଫିଆ ରକ୍ତମୁଖା ହୋଇ ଉଠିଛନ୍ତି । ବାଲେଶ୍ଵର ଜଳେଶ୍ଵର ଗିଲାଯୋଡ଼ି ଗାଁରେ ବେଆଇନ୍ ବାଲି ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଫିଆ । ଯେଉଁଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସେପଟେ କଟକ ଜଗତପୁର ନିକଟ ମହାନଦୀ ବାରଗୋଡ଼ିଆ ଘାଟ ସହ କେନ୍ଦ୍ରାପଡ଼ା ବ୍ଲକରେ ବ୍ରାହ୍ମଣୀ ନଦୀରେ ବେଆଇନ ବାଲି ଉତ୍ତୋଳନକାରୀଙ୍କ ଉପରେ ଚଢ଼ାଉ ହୋଇଛି । ଅପରେସନ 'ବାଲୁବଜ୍ର' ବାଲି ମାଫିଆଙ୍କ ନିଦ ହଜାଇ ଦେଲାଣି ।

ବିଜେଡି ଶାସନରେ ଆତଙ୍କରାଜ ଚଳାଇଥିବା ମାଫିଆଙ୍କ ଉପରେ ବିଜେପି ସରକାରଙ୍କ ଜୋରଦାର ଆକ୍ସନ ପରେ ଏବେ ରକ୍ତମୁଖା ବାଲି ମାଫିଆ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ୍ ସିଂଲା ଥାନା ଅଧୀନ ଗିଲାଯୋଡ଼ି ଗାଁ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନକୁ ବିରୋଧରୁ ରକ୍ତପାତ ହୋଇଛି । ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଫିଆ । ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Illegal Mines | Illegal Mines In Odisha: No one will be spared ! Let's crack down on illegal mining. | Argus News