ସରକାରୀ କାମ ନାଁରେ ମୋରମ ଓ ପଥର ଲୁଟ୍

Key Points
ଘରୋଇ ପଥର କ୍ରସର ୟୁନିଟକୁ ନୋଟିସ ଜାରି କଲା NGT
ଉଚ୍ଚ ଅଧିକାରୀମାନଙ୍କୁ ବି ନୋଟିସ କରିଛି NGT
ମାସେ ମଧ୍ୟରେ ଉତ୍ତର ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ
ଅକ୍ଟୋବର 7ରେ ମାମଲାର ପରବର୍ତ୍ତି ଶୁଣାଣି
ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲ ଅନ୍ତର୍ଗତ ଜାମୁଡିହା ପଞ୍ଚାୟତ ମଲ୍ୟାଣି ଗ୍ରାମ୍ୟ ଜଙ୍ଗଲ ଜମିରେ ଏକ ଘରୋଇ ପଥର କ୍ରସର ୟୁନିଟ୍ କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ପକ୍ଷରୁ ନୋଟିସ ଜାରି ହୋଇଛି। ଟ୍ରିବ୍ୟୁନାଲ୍ ରାଜ୍ୟ ସରକାରଙ୍କ ଉଚ୍ଚ ଅଧିକାରୀମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ପ୍ରତିପକ୍ଷମାନଙ୍କୁ ମାସେ ମଧ୍ୟରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର 7 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସ୍ଥାନୀୟ ବାସିନ୍ଦା ମାନସ ରଞ୍ଜନ ବାରିକ ଏବଂ ମନୋଜ ପରିଡ଼ାଙ୍କ ଆବେଦନକୁ ଆଧାର କରି ଏଭଳି ନୋଟିସ ଜାରି ହୋଇଛି। କିଭଳି ଗ୍ରାମ୍ୟ ଜଙ୍ଗଲ ଜମି କୁ ଚଞ୍ଚକତା କରି କ୍ରସର ୟୁନିଟକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଲା ତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।
ଅନ୍ୟପକ୍ଷରେ କ୍ରସର ୟୁନିଟର ମାଲିକ କହିଛନ୍ତି, NGT ତରଫରୁ କୌଣସି ନୋଟିସ ମିଳିନାହିଁ, କ୍ରସର ଚାଲିବା ପାଇଁ ଆମ ପାଖରେ ସବୁ କାଗଜପତ୍ର ଅଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଆର୍ ଆଇ , ତହସିଲଦାର, ପ୍ରଦୁଷଣ ବିଭାଗ , ଖଣି ବିଭାଗ ଅଧିକାରୀ ଙ୍କ ତଦନ୍ତ ପରେ କ୍ରସର୍ ୟୁନିଟ ଚାଲିବା ପାଇଁ ଆମକୁ ସମସ୍ତ ସରକାରୀ ନିୟମ ଓ ଆଇନ ଅନୁଯାଇ ଅନୁମତି ମିଳିଛି ।
📱 Get Argus News App
✨ନିଳଗିରି ଉପଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ କରୁଛନ୍ତି । ତଦନ୍ତରେ ଯଦି ତ୍ରୁଟି ଥିବା ଜଣାପଡେ ତେବେ କାର୍ଯ୍ୟନୁଷ୍ଠାନ ହେବ।