Odisha Update / ଖୋର୍ଦ୍ଧାରେ ଲାଇସେନ୍ସପ୍ରାପ୍ତ ଘରୋଇ ପାଥୋଲ୍ୟାବ୍ ସଂଖ୍ୟା ମାତ୍ର 44

Key Points
ଖୋର୍ଦ୍ଧା ଜିଲ୍ଲା ତମାମ ମାଳ ମାଳ ବେଆଇନ ପାଥୋ ଲ୍ୟାବ୍ ଓ କ୍ଲିନିକ୍
ବିଜେଡି ଶାସନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚାଲିଥିଲା ଖେଳ
RTIରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
ଖୋର୍ଦ୍ଧାରେ ଲାଇସେନ୍ସପ୍ରାପ୍ତ ଘରୋଇ ପାଥୋଲ୍ୟାବ୍ ସଂଖ୍ୟା ମାତ୍ର 44
ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ କରି ଜଟଣୀ, ଖୋର୍ଦ୍ଧା, ଚିଲିକା ଓ ବେଗୁନିଆ ଖୋର୍ଦ୍ଧା ଜିଲ୍ଲାର ସବୁ ବଡ଼ ଛୋଟ ସହରର ଗଳି କନ୍ଦିରେ ଚାଲିଛି ଶହ ଶହ ପାଥୋ ଲ୍ୟାବ୍ ଓ କ୍ଲିନିକ୍ । ଏମାନେ ବେଧଡ଼କ ରୋଗୀଙ୍କର ବିଭିନ୍ନ ପରୀକ୍ଷା କରାଉଛନ୍ତି, ମନଇଚ୍ଛା ରିପୋର୍ଟ ଦେଉଛନ୍ତି, ତା ସାଙ୍ଗକୁ ଚିକିତ୍ସା ବି କରୁଛନ୍ତି । ଏମାନଙ୍କ ପାଖରେ ନା ବୈଧ ଲାଇସେନ୍ସ ଅଛି ନା ଏମାନଙ୍କ ଉପରେ ଅଛି କାହାରି ଅଙ୍କୁଶ। ଏବେ ସୂଚନା ଅଧିକାର ଆଇନରେ ସାମ୍ନାକୁ ଆସିଥିବା ଏ ତଥ୍ୟ ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ। ପୁରା ଖୋର୍ଦ୍ଧା ଜିଲ୍ଲାରେ ମାତ୍ର 44ଟି ଘରୋଇ ପାଥୋ ଲ୍ୟାବକୁ ଲାଇସେନ୍ସ ମିଳିଛି ।
ଅର୍ଥାତ୍ ବାକି ସବୁ ଲ୍ୟାବ୍ ଓ କ୍ଲିନିକ୍ ଚାଲିଛି ବେଆଇନଭାବେ । ଏଠି ରୋଗୀଙ୍କ ସହ କୌଣସି ଅଘଟଣ ଘଟିଲେ କେହି ବି ଉତ୍ତରଦାୟୀ ନୁହନ୍ତି। ବିଜେଡି ସରକାର ଅମଳରୁ ଚାଲିଆସିଛି ଏମିତି ବେଆଇନ କାରବାର। ସ୍ବାସ୍ଥ୍ୟସେବା ନାଁରେ ସାଂଘାତିକ ଖେଳ। ବିଜେପି ସରକାର ଏ ସବୁ ବେଆଇନ ଅନୁଷ୍ଠାନ ବିରୋଧରେ କଡ଼ା ଆକ୍ସନ ନେବାକୁ ଜୋର ଧରିଛି ଦାବି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ତୁରନ୍ତ ଲାଇସେନ୍ସ ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
📱 Get Argus News App
✨Related Topics
Explore more stories