Sand Ghat / ବାଲି ଘାଟରେ ରାତି ଅଧିଆ ଚଢାଉ, ୫୦ରୁ ଅଧିକ ବାଲି ଗାଡ଼ି ଜବତ
·9 months ago·2 min read

Key Points
ସାବାଡ୍ ହେବେ ବାଲି ମାଫିଆ
ଜଗତସିଂହପୁରରେ ବେଆଇନ ବାଲି ଘାଟରେ ରାତି ଅଧିଆ ଚଢାଉ
୫୦ରୁ ଅଧିକ ବାଲି ଗାଡ଼ି ଜବତ
ତିର୍ତ୍ତୋଲ ଅଞ୍ଚଳ ବାଲିପାଟଣାରେ ବାଲି ଘାଟରେ ରେଡ୍

ରାତି ଯେତିକି ବଢ଼ୁଛି ବାଲି ମାଫିଆଙ୍କ ପାର୍ଦୁଭାବ ସେତିକି ସେତିକି ବଢ଼ୁଛି। ଅନ୍ଧାର ରାତିରେ ଲୁଚିଛପି ଚଲାଇଛନ୍ତି ନିଜର କଳାକାରନାମା। ମୟୂରଭଞ୍ଜ ପରେ ଏବେ ଜଗତସିଂହପୁରରେ ବେଆଇନ ବାଲି ଚୋରା ଚାଲାଣ ଚାଲିଛି। ଖବରପାଇ ବାଲି ଘାଟରେ ରାତି ଅଧିଆ ଚଢାଉ କଲା ପୋଲିସ । ୫୦ରୁ ଅଧିକ ବାଲି ଗାଡ଼ି ଜବତ । ତିର୍ତ୍ତୋଲ ଅଞ୍ଚଳ ବାଲିପାଟଣାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ DIG, ଜିଲ୍ଲାପାଳ ଜଗତସିଂହପୁର, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ SP ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଚଢାଉରେ ସାମିଲ୍ ଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଛନ୍ତି । ଘଟଣାରେ ୫ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ମାଫିଆଗୋଷ୍ଠୀ ମେସିନ ସାହାଯ୍ୟରେ ବାଲି ଚୋରି କରିବା ସହ ହାଇୱା ଯୋଗେ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଫଳରେ ପରିବେଶ ଅସନ୍ତୁଳନ ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଛି ।ଜଗତସିଂହପୁରରେ ବାଲି ଚୋରା ଚାଲାଣ ଏବେ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଛି। ଦିନରାତି ମେସିନ୍ ଲଗାଇ ହାଇଓ୍ବା, ଟ୍ରକ ଓ ଟ୍ରାକ୍ଟରରେ ବାଲି ଲୁଟ୍ ଚାଲିଛି। ଏହାଫଳରେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଗାଁ ଗଣ୍ଡା ଘାଟଗୁଡ଼ିକରେ ପୋଖରୀ ଭଳି ଗାତ ଖୋଳାଯାଇ ବଡ଼ ବଡ଼ ମେସିନ୍ ଲଗାଇ ନଦୀଠାରୁ ବାଲି ଉଠାଯାଉଛି। କେତେକ ସ୍ଥାନରେ ନଦୀରେ ବନ୍ଧ ବାନ୍ଧି ପାଣିର ଗତିପଥ ବଦଳାଇ ବାଲି ଉତ୍ତୋଳନ କରାଯାଉଛି। ''ଏହି ଚୋରା ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଉପରେ ମାଫିଆଙ୍କ ଆକ୍ରମଣ ମଧ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।''
ଏଥିସହ ପଢ଼ନ୍ତୁ: ଆଉ ଚଳିବନି ବାଲି ମାଫିଆଙ୍କ ରାଜ, ଏଣିକି...
କେବଳ ସେତିକି ନୁହେଁ,ପ୍ରତିଦିନ ଶହଶହ ଭାରୀଯାନ ଚଳାଚଳ କରୁଛି ଏହି ଗାଁ ରାସ୍ତା ଦେଇ। ବାଲି ବୋଝେଇ ଗାଡ଼ି ଯିବାରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଗଲାଣି । ପରିସ୍ଥିତି ଏପରି ହୋଇଛି ଯେ ଗାଁକୁ ଆମ୍ବୁଲାନ୍ସ କି ଗ୍ୟାସ୍ ଗାଡ଼ି ଭଳି ଜରୁରୀକାଳୀନ ସେବା ପହଞ୍ଚିବା କଷ୍ଟକର ହୋଇପଡୁଛି । ''ଯେଉଁ ଗାଡ଼ି ଯାଉଛି ତାହା ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।'' ବାଲି ମାଫିଆଙ୍କ ଚାଲାକି ଏଥର ଆଉ ଚଳିବ ନାହିଁ ବୋଲି ପ୍ରଶାସନ ଦୃଢ଼ୋକ୍ତି ପ୍ରକାଶ କରିଛି। ''ଏଥର ପୂର୍ବ ରଣନୀତି ବଦଳାଇ ସଠିକ୍ ସମୟରେ ସଠିକ୍ ସ୍ଥାନରେ ଚଢ଼ାଉ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories