sim box racket / ଚାଇନାରୁ ହାର୍ଡୱେୟାର.. ବଂଲାଦେଶରୁ ସପ୍ଟୱେୟାର.. ଭାରତରୁ ସିମ.. ଓଡିଶାରୁ ଅପରେଟ
·4 months ago·2 min read

Key Points
ରାଜଧାନୀରୁ ସିମ୍ ବକ୍ସ ରାକେଟ ଠାବ
ଉମର ଓ ସିଆକୁଲ ଖାନ ଗିରଫ
ଗିରଫ କଲା ସ୍ପେଶାଲ ସ୍କୁଆର୍ଡ, ସାଇବର ଥାନା ପୋଲିସ

ଚାଇନାରୁ ହାର୍ଡୱେୟାର.. ବଂଲାଦେଶ ରୁ ସପ୍ଟୱେୟାର.. ଭାରତରୁ ସିମ.. ଓଡିଶାରୁ ଅପରେଟ | ଚାଇନା ରୁ ବସି ଚନ୍ଦ୍ରଶେଖରପୁରରେ କରୁଥିଲା ମାଷ୍ଟର ମାଇଣ୍ଡ | ବିଟେକ ସ୍ଟୁଡେଣ୍ଟକୁ ଦେଇଥିଲା ଚାକିରୀ | ଗିରଫ ଦୁଇ ଅଭିଯୁକ୍ତ ହେଲେ ଉମର ଏମ ଏବଂ ସିଆକୁଲ ଖାନ | ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରେ ଘର ଭଡ଼ା ନେଇ ଚଳାଇଥିଲେ ରାକେଟ | ସେଠାରୁ ଜବତ ହୋଇଛି 12ଟି ସିମ ବକ୍ସ, ଶତାଧିକ ସିମ,ରାଉଟର, ସର୍ଭର ଭାବେ ବ୍ୟବହୃତ ହେଉଥିବା ଲାପଟପ | ଓଡ଼ିଶାରେ ଫେକ ପରିଚୟ ପତ୍ର ଦେଇ ହଷ୍ଟେଲ ରେ ରୁମ ଭଡାକୁ ନେଇଥିଲେ | ପୋଲିସକୁ ଚକମା ଦେଇ ଦୀର୍ଘ ଦିନ ହେବ ଚାଲିଥିଲା ଏହିଭଳି ରାକେଟ | ଖବର ପାଇ ସ୍ପେଶାଲ ସ୍କୁଆର୍ଡ, ସାଇବର ଥାନା ପୋଲିସ, ସାଇଣ୍ଟଫିକ ଟିମ ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ଚଢଉ କରିଥିଲେ
କିଛି ଦିନ ତଳେ ଭୁବନେଶ୍ବର କେଶୁରା ଅଞ୍ଚଳର ଭଡ଼ା ଘରୁ ଜବତ ହୋଇଥିଲା ସିମ୍ ବକ୍ସ। ବାଂଲାଦେଶରୁ ରାଜୁ ମଣ୍ଡଳକୁ ନିର୍ଦ୍ଦେଶ ଦେଉଥିଲା ମାଷ୍ଟରମାଇଣ୍ଡ । ଓଡ଼ିଶାରେ ଆସି ରେକି କରିବା ପରେ ଆରମ୍ଭ ହୋଇଥିଲା ସିମ୍ ବକ୍ସ ରାକେଟର ଅପରେସନ୍ । ମାଷ୍ଟରମାଇଣ୍ଡ ଆସାରୁଦ୍ଦୁର ଜମାନକୁ ଧରିବା ପାଇଁ ଇଣ୍ଟରପୋଲର ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ିଥିଲା ପୋଲିସ । ଏଠି ପ୍ରଶ୍ନ ଉଠୁଛି, ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ପଛରେ କିଏ ।
ସିମ୍ ବକ୍ସ ଜରିଆରେ ଆତଙ୍କୀ କାର୍ଯ୍ୟକଳାପ, ସାଇବର ଠକେଇ, ଏକ୍ସଟରସନ୍, ଧମକପୂର୍ଣ୍ଣ କଲ୍ କରାଯାଏ। ପୋଲିସ କମିଶନରଙ୍କ ଏଇ ସୂଚନା ପରେ ଆତଙ୍କୀ ଲିଙ୍କ ନେଇ ସନ୍ଦେହ ବଢୁଛି । ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ଆସିଥିଲେ ମାଷ୍ଟରମାଇଣ୍ଡ ଆସାରୁଦ୍ଦୁର ଜମାନ ଓ ଏଜେଣ୍ଟ ରାଜୁ ମଣ୍ଡଳ । ଲିଙ୍ଗରାଜ ଅଞ୍ଚଳରେ ରହିବା ସହ ସିମ୍ ବକ୍ସ ରାକେଟ୍ ଚଳାଇବା ପାଇଁ ଉପଯୁକ୍ତ ସ୍ଥାନ ଖୋଜିଥିଲେ । କେଶୁରା ଅଞ୍ଚଳରେ ଘର ଭଡ଼ା ନେଇ ଆରମ୍ଭ ହୋଇଥିଲା `ଅପରେସନ୍ ସିମ୍ ବକ୍ସ'। ପୋଲିସ ଚକମା ଦେଇ ବସ୍ ଯୋଗେ ମ୍ୟୁଜିକ୍ ବକ୍ସ ଭିତରେ ସିମ୍ ବକ୍ସ, ରାଉଟର୍, ଫେକ୍ ସିମ୍ କାର୍ଡ ପଶ୍ଚିମବଙ୍ଗରୁ ଆଣିଥିଲା ରାଜୁ ମଣ୍ଡଳ । ତେବେ ଏଠି ପ୍ରଶ୍ନ ଉଠୁଛି, ଆସାରୁଦ୍ଦୁର ଜମାନ ଭାରତ ଆସିବା ପରେ ଓଡ଼ିଶା ସମେତ ଆଉ କେଉଁ କେଉଁ ରାଜ୍ୟରେ ବୁଲିଥିଲା, କାହା କାହା ସହ ମିଶିଥିଲା, ଭୁବନେଶ୍ବରରେ ରହିବାରେ ତାକୁ କିଏ ସହଯୋଗ କରିଥିଲା, ରାଜୁ ମଣ୍ଡଳ ସହ ଆସାରୁଦ୍ଦୁର ଜମାନର କେମିତି ଯୋଗାଯୋଗ ହେଲା, ପଶ୍ଚିମବଙ୍ଗରେ ଫେକ୍ ସିମ୍ ଯୋଗାଉଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କିଏ, ଏମିତି ତମାମ୍ ପ୍ରଶ୍ନର ଉତ୍ତର ଖୋଜିବ କମିଶନରେଟ୍ ପୋଲିସ । ସିମ୍ ବକ୍ସ ରାକେଟର ମୂଳ ଚେର ପର୍ଯ୍ୟନ୍ତ ପହଁଚିବା କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।
ସିମ ବକ୍ସ ଏକ ଏପରି ଉପକରଣ ଯାହା ମଧ୍ୟରେ ଏକାସାଙ୍ଗରେ ବହୁତ ଗୁଡ଼ିଏସିମ୍ କାର୍ଡ ରଖାଯାଇପାରେ। ଏହାକୁ ମୁଖ୍ୟତଃ ଟେଲିଫୋନ୍ ନେଟୱାର୍କରେ କଲ୍ ଏବଂ ଏସଏମଏସ (SMS) ପରିଚାଳନା ପାଇଁ ବ୍ୟବହାର କରାଯାଏ। ସିମ୍ ବକ୍ସ ଇଣ୍ଟରନେଟ୍ କଲ୍କୁ ସ୍ଥାନୀୟ କଲ୍ କରେ। ଏହା ଇଣ୍ଟରନେଟ୍ ମାଧ୍ୟମରେ ଆସୁଥିବା ଆନ୍ତର୍ଜାତୀୟ କଲ୍କୁ ସ୍ଥାନୀୟ ନମ୍ବର କଲ୍ ଭାବରେ ପରିବର୍ତ୍ତିତ କରେ। ଏହା ସହ ବାହାର ଦେଶରୁ ଆସୁଥିବା କଲ୍ ଆପଣଙ୍କ ମୋବାଇଲରେ ଏକ ସ୍ଥାନୀୟ ଭାରତୀୟ ନମ୍ବର ଭାବେ ଦେଖାଯାଏ, ଯାହାକୁ ଚିହ୍ନିବା କଷ୍ଟକର ହୁଏ। ସାଇବର ଅପରାଧୀମାନେ ଏହା ଦ୍ବାରା ଲୋକଙ୍କୁ ଫେକ୍ କଲ୍ ବା ଏସଏମଏସ ପଠାଇ ଟଙ୍କା ଲୁଟ୍ କରନ୍ତି। ଏହା ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ହୁଏ। ବିଦେଶୀ ଶତ୍ରୁ କିମ୍ବା ଆତଙ୍କବାଦୀମାନେ ନିଜର ପରିଚୟ ଲୁଚାଇ କଥା ହେବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories