Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ଉଜୁଡ଼ି ଯାଉଛି ଚାଷ ବାସ

Odisha

ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ଉଜୁଡ଼ି ଯାଉଛି ଚାଷ ବାସ

Rashmita Mishra
Browse all articles by Rashmita Mishra
·1 year ago·2 min read
ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ଉଜୁଡ଼ି ଯାଉଛି ଚାଷ ବାସ

Key Points

ରାୟଗଡ଼ା ଜିଲ୍ଲାରେ ବେଧଡକ ଚାଲିଛି ବେଆଇନ୍ ପଥର ଉତ୍ତୋଳନ
ନିଲାମ ଅବଧି ପରେ ବି ବୁହାଚାଲିଛି ପଥର, ଚୁପ୍ ବସିଛି ଖଣି ବିଭାଗ
ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ଉଜୁଡ଼ି ଯାଉଛି ଚାଷ ବାସ
ମାଫିଆଙ୍କ ଦୌରାତ୍ମ୍ୟରେ ଗରିବ ଚାଷୀ ବି ହତାଶ
ପଥର କୁଆଁରୀ ସହ ବେଆଇନ୍ ଭାବେ ଚାଲିଛି ଏକାଧିକ କ୍ରସର
ଖଣି ବିଭାଗର ନିଷ୍କ୍ରିୟତା ଯୋଗୁଁ ମାଫିଆଙ୍କର ନାହିଁ କାହାକୁ ଡର

ରାୟଗଡ଼ା ଜିଲ୍ଲାର ଏହି ପଥର କୁଁଆଁରିଗୁଡ଼ିକର ନିଲାମ ଅବଧି ସରିଥିଲେ ମଧ୍ୟ ବଡ଼ ବଡ଼ ପାହାଡ଼ ଗୁଡିକରେ ତାର ଖଞ୍ଜି ଜିଲେଟିନ ଲଗାଇ କରାଯାଉଛି ବ୍ଲାଷ୍ଟ। କେହି ରୋକିବାକୁ ନାହାଁନ୍ତି । ପଥର ମାଫିଆ ରୋଚାରେ ପ୍ରତିଦିନ ବୋହିନେଉଛନ୍ତି ଟ୍ରିପ୍ ଟ୍ରିପ୍ ପଥର। କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଏହି ବେଆଇନ୍ ବ୍ଲାଷ୍ଟିଂ ଓ ପଥର କୁଆଁରି ଯୋଗୁଁ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହଉଛନ୍ତି ଚାଷୀ। ପାହାଡ଼ରେ ବ୍ଲାଷ୍ଟ ହେଲେ ଦୁଇ ଚାରି କିଲୋମିଟର ଯାଏ ପଥର ବିଛାଡ଼ି ହୋଇପଡ଼ୁଛି। ଏଥିଯୋଗୁଁ ଚାଷ ଜମି ତ କ୍ଷତିଗ୍ରସ୍ତ ହେଉଛି। ଲୋକ ଓ ଗୃହ ପାଳିତ ପଶୁ ବି ଅଧିକାଂଶ ସମୟରେ ଆହତ ହେଉଛନ୍ତି। ଫଳରେ ଲୋକେ ଚାଷ କରିବାକୁ ଓ ପାଖ ଜଙ୍ଗଲକୁ ଗୃହପାଳିତ ପଶୁ ଚରାଇବାକୁ ଯିବା ଲାଗି ଡରୁଛନ୍ତି। ମାଫିଆମାନଙ୍କ ଏପରି ଦୌରାତ୍ମ୍ୟ ସତ୍ତ୍ବେ ନିଦା ବିଷ୍ଣୁ ସାଜିଛି ଖଣି ବିଭାଗ।

ରାୟଗଡା ଜିଲ୍ଲାରେ ମୋଟ ୮୮ ଟି ପଥର କୁଆଁରି ଥିବା ବେଳେ କେବଳ ୬୦ କୁଆଁରି କାଗଜପତ୍ର ଠିକ ଅଛି। ଅନ୍ୟ ଗୁଡିକ ବେଆଇନ ଭାବେ ଚାଲିଛି । ଲେକାପାଇରେ ଥିବା ଏହି ପଥର କୁଆଁରି ୨୦୧୮ ମସିହାରେ ନିଲାମ ହୋଇଥିଲା । ୨୦୨୩ରୁ ଏହାର ଅବଧି ସରିଲାଣି। ହେଲେ ପୁନର୍ବାର ନିଲାମ କରୁନି ଖଣି ବିଭାଗ। ଅଥଚ ପଥର ଉତ୍ତୋଳନ ବେଧଡ଼କ ଭାବେ ଚାଲିଛି। ଏଥିସହ ଜିଲ୍ଲାର ଏକଧିକ କ୍ରସର ମଧ୍ୟ ବିନା ଅନୁମିତିରେ ଚାଲିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖଣି ଅଧିକାରୀଙ୍କୁ ପଚାଲିଲେ ସେ ନିଜ ଅସହାୟତା ପ୍ରକାଶ କରୁଛନ୍ତି।

ଯଦି ପଥର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ସେପଟେ ଅବଧି ସରିଥିବା କୁଆଁରିଗୁଡ଼କର ସାନି ନିଲାମ କରାନଗଲେ ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି ଏହିପରି ବଢିବିଢି ଚାଲିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
illegal-stone-blasting-is-destroying-farmland | Argus News