Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାକୁ ବାତ୍ୟା ଭୟ,ସତର୍କ କରାଇଲା ଆଇଏମଡି

Sangram Tripathy
Browse all articles by Sangram Tripathy
·1 year ago·2 min read
ଓଡ଼ିଶାକୁ ବାତ୍ୟା ଭୟ,ସତର୍କ କରାଇଲା ଆଇଏମଡି

ଅର୍ଗସ ବ୍ୟୁରୋ: ଅକ୍ଟୋବରରେ ଓଡ଼ିଶାକୁ ଘାରିଛି ବାତ୍ୟା ଭୟ। ୨୩ରେ ସମ୍ଭାବ୍ୟ ବାତ୍ୟା ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ,ସେହିପରି ୨୪ରେ ହୋଇପାରେ ଲ୍ୟାଣ୍ଡଫଲ୍ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ,୨୨ ଏବଂ ୨୩ ତାରିଖ ମଧ୍ୟରେ ଅବପାତ ନେବ,୨୩ ସନ୍ଧ୍ୟାରୁ ବଢିବ ବର୍ଷା ପବନ। 

୨୪ ତାରିଖ ବେଳକୁ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ,ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ ସମ୍ଭାବନା ନାହିଁ। ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ଲଘୁଚାପ ପରେ ଗତିପଥ ସ୍ପଷ୍ଟ ହେବ,ପବନର ଦିଗ ମଧ୍ୟ ଜଣାପଡିବ। ତେଣୁ କୌଣସି ବାତ୍ୟାକୁ ହେୟ ଜ୍ଞାନ ନକରିବା ଲାଗି ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ।୨୨ରୁ ସମୁଦ୍ର ଅଶାନ୍ତ ରହିବ ସେ ଦୃଷ୍ଟିରୁ  ୨୧ ତାରିଖ ସୁଦ୍ଧା ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେପଟେ ବିଭିନ୍ନ ମଡେଲର ଆକଳନ କହୁଛି, ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା । ୟୁରୋପିଆନ ମଡେଲ ECMWF ଅନୁଯାୟୀ, ଲଘୁଚାପ ୨୩ରେ ଅବପାତ ଓ ୨୪ରେ ବାତ୍ୟା ହୋଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।ସେହିପରି GFS ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ଅନୁଯାୟୀ, ଅବପାତ ୨୪ରେ ବାତ୍ୟା ହୋଇ ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ।ତେବେ ୨୩ରୁ ୨୬ ତାରିଖରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ ଏବଂ କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ତେବେ ଏହା ବଡ ଧରଣର ବାତ୍ୟା ହେବ କି ନାହିଁ ତାହା ଏଯାଏ ଜଣାପଡିନାହିଁ ।୨୪ ଓ ୨୫ ତାରିଖ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ, ଏବଂ ଏହି ଦୁଇ ଦିନ ସାମୁଦ୍ରିକ ଜୁଆର ଆସିପାରେ। ବାତ୍ୟାକୁ ନେଇ ସଭିଏଁ ସଚେତନ ରହିବା ଆବଶ୍ୟକ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IMD has alerted Odisha to fear of cyclone | Argus News