Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତର ପ୍ରକୃତ ଇତିହାସ ବିଦେଶରେ ପହଞ୍ଚାଇବାକୁ ପ୍ରବାସୀଙ୍କୁ ଆହ୍ବାନ

Odisha

ଭାରତର ପ୍ରକୃତ ଇତିହାସ ବିଦେଶରେ ପହଞ୍ଚାଇବାକୁ ପ୍ରବାସୀଙ୍କୁ ଆହ୍ବାନ

Smruti Parija
Browse all articles by Smruti Parija
·1 year ago·2 min read
ଭାରତର ପ୍ରକୃତ ଇତିହାସ ବିଦେଶରେ ପହଞ୍ଚାଇବାକୁ ପ୍ରବାସୀଙ୍କୁ ଆହ୍ବାନ

Key Points

ପ୍ରବାସୀ ଭାରତୀୟ ଦିବସକୁ ପ୍ରଧାନମନ୍ତ୍ରୀ କଲେ ଆନୁଷ୍ଠାନିକ ଉଦଘାଟନ
ଭାରତର ପ୍ରକୃତ ଇତିହାସ ବିଦେଶରେ ପହଞ୍ଚାଇବାକୁ ପ୍ରବାସୀଙ୍କୁ ଆହ୍ବାନ
ବିକାଶ ବି ବିରାସତ ବି ମନ୍ତ୍ର ନେଇ ଆଗକୁ ବଢୁଛି ଆଜିର ଭାରତ
ମୋଦି କହିଲେ ପ୍ରତ୍ୟେକ ପ୍ରବାସୀ ଭାରତୀୟ, ଭାରତର ରାଷ୍ଟ୍ରଦୂତ
1947 ଦେଶ ସ୍ଵାଧୀନତାରେ ପ୍ରବାସୀଙ୍କର ଥିଲା ବଡ଼ ଅବଦାନ
2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ବି ରହିବ ବଡ଼ ଯୋଗଦାନ

ଭୁବନେଶ୍ୱର: ୧୮ ତମ ପ୍ରବାସୀ ଭାରତୀୟ ଦିବସର ଆନୁଷ୍ଠାନିକ ଉଦଘାଟନ ସହ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ରୋଡମ୍ୟାମ ରଖିଛନ୍ତି ପ୍ରବାସୀଙ୍କ ଆଗରେ। ଆଉ ଏହି ଲକ୍ଷ୍ୟ ହାସଲ ଦିଗରେ ପ୍ରବାସୀ ଭାରତୀୟଙ୍କ ବଡ଼ ଯୋଗଦାନ ଦରକାର ବୋଲି କରିଛନ୍ତି ମୋଦି। ପ୍ରତ୍ୟେକ ଭାରତୀୟ ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ବୋଲି ସମ୍ବୋଦନ କରିବା ସହ ଭାରତର ପ୍ରକୃତ ଇତିହାସକୁ ବିଦେଶରେ ପହଞ୍ଚାଇବା ପାଇଁ ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ନିଜ ପିଲା ମାନଙ୍କୁ ଭାରତର ଗାଁ ଗୁଡ଼ିକୁ ନେବା ସହ ନିଜର ଅଭିଜ୍ଞତା ଭାରତୀୟ ପିଲାଙ୍କ ସହ ବାଣ୍ଟିବାକୁ ପ୍ରବାସୀମାନଙ୍କୁ ପରାମର୍ଶ ଦେଇଛନ୍ତି ପିଏମ୍।

10 ବର୍ଷରେ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଛି ଭାରତ। ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବା ପାଇଁ ଭାରତକୁ ବେଶୀ ଦିନ ଲାଗିବ ନାହିଁ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୋଦି। ଆଜିର ଭାରତ ବିକାଶ ବି ବିରାସତ ବି ମନ୍ତ୍ର ନେଇ ଆଗକୁ ବଢୁଛି। 1947ରେ ଭାରତ ସ୍ଵାଧିନତାରେ ପ୍ରବାସୀଙ୍କ ବଡ଼ ଅବଦାନ ଥିଲା। 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ପ୍ରବାସୀଙ୍କ ପ୍ରୟାସର ଆବଶ୍ୟକତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଭାରତ ମେଡ ଇନ୍ ଇଣ୍ଡିଆ ପ୍ଲେନ୍ ତିଆରି କରୁଥିବା ସୂଚନା ଦେଇଛନ୍ତି ପିଏମ୍।

ଉଦଘାଟନୀ ସମାରୋହରେ ପ୍ରବାସୀଙ୍କୁ ସ୍ବାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ଏଥିସହ ପୁଞ୍ଜି ନିବେଶ ପାଇଁ ଓଡିଶା ପ୍ରକୃଷ୍ଟ ସ୍ଥାନ। ଓଡିଶା ତଥା ଦେଶର ବିକାଶରେ ଭାଗିଦାରୀ ହେବାକୁ ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତୀୟ ପ୍ରବାସୀ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ବାରା ଓଡ଼ିଶାକୁ ସାରା ବିଶ୍ବର ଲୋକ ଜାଣିଲେ। ଓଡ଼ିଶା ଶାନ୍ତିର ମାଟି। କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜିଛି। ତେଣୁ ଯୁଦ୍ଧ ନୁହେଁ ବୁଦ୍ଧ ର ଆହ୍ବାନ ଦେଇ ଆମର ବହୁ ପୁରୁଣା ଐତିହାସିକ ତଥ୍ୟକୁ ଦର୍ଶାଇଥିବାକୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଥିଲେ ଧର୍ମେନ୍ଦ୍ର। ବିଶ୍ବର ଯୁବକମାନଙ୍କର ଦେଶ ହେଉଛି ଭାରତ। ଆଗମୀ ଦିନରେ ଯୁବକଙ୍କ କାନ୍ଧରେ ହିଁ ଭାରତର ନେତୃତ୍ବ ଆଗକୁ ବଢିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଉଦଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନିଜ ଅଭିଭାଷଣ ରଖି ବିକଶିତ ଭାରତର ନିର୍ମାଣରେ ଯୋଗଦାନ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Immigrants had a great contribution to the country's independence in 1947. | Argus News