Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଲକାନଗିରିରେ ବର୍ଷାର ପ୍ରଭାବ, ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ମାଲକାନଗିରିରେ ବର୍ଷାର ପ୍ରଭାବ, ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି

Key Points

ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି
ଅଙ୍ଗନବାଡ଼ି ସହ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ଲଗାଣ ବର୍ଷା କାରଣରୁ ମାଲକାନଗିରିରେ ସ୍ଥିତି ସଙ୍ଗୀନ। ଏକାଧିକ ତଳୁଆ ବ୍ରିଜ ଉପରେ ଚାଲୁଛି ବନ୍ୟାଜଳ। ଜିଲ୍ଲାର 326 ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ ପୋଲ ଉପରେ ତିନି ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କାଁଗ୍ରୁକୋଣ୍ଡା, ଏମଭି 96 ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କାଲିମେଳା ମାଲକାନଗିରି, ମୋଟୁ କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି। 


ସେହିପରି ରାସ୍ତାରେ ବର୍ଷା ପାଣି ଲହଡି ମାରୁଥିବା ବେଳେ ଦୋକାନ ଓ ଲୋକଙ୍କ ଘରେ ବି ପସିଛି ବର୍ଷା ଜଳ। ସେପଟେ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ତତ୍ ସହିତ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଙ୍ଗନବାଡ଼ି କର୍ମୀ ସହ ଅନ୍ୟାନ୍ୟ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Impact of rain in Malkangiri, holiday for all government and private schools in the district-Argus News | Argus News