Videos
|
Odisha

ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଗୁରୁତ୍ବପୂର୍ଣ୍ଣ ବୈଠକ

Ritu Das
Browse all articles by Ritu Das
·11 months ago·1 min read
ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଗୁରୁତ୍ବପୂର୍ଣ୍ଣ ବୈଠକ

Key Points

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ
ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଗୁରୁତ୍ବପୂର୍ଣ୍ଣ ବୈଠକ
ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ମତାମତ ନେଲା ଶ୍ରୀମନ୍ଦିର ପ୍ରଶାସନ
ସେବକ, ନୀତି ପ୍ରଶାସକ, ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ବିଚାର ବିମର୍ଶ

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଅଦିନିଆ ରଥଯାତ୍ରା ବିରୋଧରେ ଆଉ ପାଦେ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ମନ୍ଦିର ନୀତି ପ୍ରଶାସକ ଓ ଅନ୍ୟ ସେବକ ମାନଙ୍କ ଉପସ୍ଥିତିରେ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ବିଚାର ବିମର୍ଶ ହୋଇଛି। ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ମତାମତ ନେଇଛି ମନ୍ଦିର ପ୍ରଶାସନ । ମୂଳ ପୀଠ ଅନୁସାରେ ଇସ୍କନ ରଥଯାତ୍ରା ଓ ସ୍ନାନ ଯାତ୍ରା ଆଦି ନ କରିବା ଫଳରେ ଧର୍ମୀୟ ପରମ୍ପରା ନଷ୍ଟ ହେଉଛି।


ଇସ୍କନକୁ କିଭଳି ଚେତାଇ ଦିଆଯିବ ତା’ ଉପରେ ଗୁରୁତ୍ବାରୋପ କରାଯାଇଛି। ଅଦିନିଆ ରଥଯାତ୍ରା ରୋକ୍ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବର୍ତ୍ତମାନ ସୁଦ୍ଧା ନେଇଥିବା ସମସ୍ତ ପଦକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସାମ୍ନାରେ ଉପସ୍ଥାପିତ କରିଛନ୍ତି ଗଜପତି ଦିବ୍ୟ ସିଂହ ଦେବ। ଅଦିନିଆ ରଥଯାତ୍ରା ବିରୋଧରେ ଇସ୍କନ୍ ଗଭର୍ଣ୍ଣିଂ ବଡିର ଅଧ୍ୟକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନର ପୂର୍ଣ୍ଣାଙ୍ଗ ମତ ଦିଆଯିବ। ଶଙ୍କରାଚାର୍ଯ୍ୟଙ୍କ ମତକୁ ଇଂରାଜୀରେ ସାରା ବିଶ୍ବରେ ପ୍ରଚାର କରାଯିବା ନେଇ ନିଆଯାଇଛି ନିଷ୍ପତ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
important-meeting-at-puri-govardhan-peetha-premises | Argus News