Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - HMPV ଭାଇରସ୍ କୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ

Odisha

HMPV ଭାଇରସ୍ କୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ

Smruti Parija
Browse all articles by Smruti Parija
·1 year ago·1 min read
HMPV ଭାଇରସ୍ କୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ

Key Points

HMPV ଭାଇରସ୍ କୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ ।

ଅର୍ଗସ ବ୍ୟୁରୋ: HMPV ଭାଇରସ୍ କୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ଲୋକସେବା ଭବନରେ ଚାଲିଛି ବୈଠକ । ସ୍ବାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଚାଲିଛି ବୈଠକ । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ବୈଠକରେ ଆଲୋଚନା ହେଉଥିବା ନେଇ ସୂଚନା ରହିଛି ।


ଆଉ ୨ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ନାଗପୁରରୁ ଆଉ ୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ । ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କାଲି ଗୋଟିଏ ଦିନରେ ୫ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । କାଶିବା, ଛିଙ୍କିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଏହି ଭାଇରସ ବ୍ୟାପିଥାଏ । ବିଶେଷକରି ଶିଶୁଙ୍କ ଠାରେ ଏହାର ଅଧିକ ପ୍ରଭାବ ଦେଖାଦେଉଛି । ଏହାସହ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ HMPV ଭାଇରସ ନୂଆ ନୁହେଁ । ଅଯଥା ଭୟଭୀତ ହୁଅନ୍ତୁ ନାହିଁ । HMPV ଭାଇରସକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
important-meeting-on-hmpv-virus-conducted-in-lokseba-bhaban | Argus News